ଲଘୁଚାପ ବର୍ଷାରେ ଜଳମଗ୍ନ ବେତନଟୀ କଲେଜ: ଡ୍ରେନେଜ ବ୍ୟବସ୍ଥା ପାଇଁ ଦାବି କଲେ ଛାତ୍ର ଛାତ୍ରୀ
ବେତନଟୀ ( ଉଦିତ କୁମାର ପରିଡା ) : ପ୍ରବଳ ଲଘୁଚାପ ବର୍ଷାରେ ବେତନଟୀ ମହାବିଦ୍ୟାଳୟରେ କୃତ୍ରିମ ବନ୍ୟା, କଲେଜର ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଭର୍ତ୍ତି। ଦୀର୍ଘ ବର୍ଷ ଧରି କଲେଜରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏପରି ସମସ୍ୟା ଦେଖିବାକୁ ମିଳେ। ସୂଚନା ଅନୁସାରେ କିଛି ଦିନ ଧରି ଲଗାଣ ଲଘୁଚାପ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ମହାବିଦ୍ୟାଳୟ ପରିସର ଜଳମଗ୍ନ ହୋଇଛି, ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନେ କଲେଜକୁ ଓ ଛାତ୍ରୀମାନେ ଛାତ୍ରୀ ନିବାସକୁ ପ୍ରବେଶ କରିବା ପାଇଁ ନାହିଁ ନଥିବା ଅସୁବିଧା ରେ ସମୁଖୀନ ହେଉଛନ୍ତି, ସମସ୍ତେ ପାଣିରେ ପଶି ଓଦା ହୋଇ କଲେଜକୁ ଆସୁଛନ୍ତି। ତତ ସହିତ ଅନେକ ଏହି ପାଣି ଓଦା ହେଇ ଥଣ୍ଡା ଜୋର ଭଳି ଅନେକ ସଂକ୍ରମଣ ରୋଗରେ ପଡ଼ିବାର ମଧ୍ୟ ଦେଖିବାକୁ ମିଳିଛି। ବହୁ ଦିନ ଧରି ବର୍ଷା ପାଣି ଜମି ରହିବା ଫଳରେ ମଶାମାଛି ରୋଗ ଜୀବାଣୁଙ୍କ ବଂଶ ବିସ୍ତାର ବଢିବା ଯୋଗୁଁ ଅନେକ ମହାମାରୀ ରୋଗର ଭୟ ରହୁଛି। ଏଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବେତନଟୀ କଲେଜ ପରିସରରେ ଡ୍ରେନେଜ ବ୍ୟବସ୍ଥା ନିତ୍ୟାନ୍ତ ଜରୁରୀ ହୋଇପଡିଛି। କଲେଜ ପରିସରକୁ ଏହି କୃତ୍ରିମ ବନ୍ୟାରୁ ମୁକ୍ତ ପାଇଁ ଡ୍ରେନେଜ ବ୍ୟବସ୍ଥା ନିମନ୍ତେ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଅତୀତରେ ବେତନଟୀ କଲେଜର ବିଲଡିଂ, ରାସ୍ତା ପାଇଁ ପାଇଁ ଅନେକ ଅନୁଦାନ ଆସିଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ସୁଧାର ପାଇଁ କେବେ ଅନୁଦାନ ଆସୁଛି ତାହା ଦେଖିବା ବାକି ରହିଲା।