ପେନସନର୍ସ ବିରୋଧୀ ଭ୍ୟାଲିଡେସନ ବିଲ ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଓ୍ବାଇଏନଏସ): ଅବସର ପ୍ରାପ୍ତ କର୍ମଚାରୀଙ୍କୁପେନସନ୍ ଓ ତତ୍ ଜନିତ ସୁବିଧାରୁ ବଞ୍ଚିତ କରି  ଅଷ୍ଟମ ବେତନ କମିଶନ ସୁପାରିଶରୁ ବାଦ ଦେବା ପାଇଁ ୨୦୨୫ ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ର ସରକାର ସଂସଦରେ ଏକ ଭ୍ୟାଲିଡେସନ୍ ଵିଲ୍ ପାରିତ କରାଇ ପେନସନର୍ସ ମାନଙ୍କ ଭାଗ୍ୟକୁ ଡଷ୍ଟବିନ୍ ରେ ପକାଇଦେଇଛନ୍ତି l ଏହା ଵିରୁଦ୍ଧରେ ସମଗ୍ର ଦେଶର ରାଜ୍ୟ ପେନସନର୍ସଙ୍କ ମଧ୍ୟରେ ଅସନ୍ତୋଷର ଵହ୍ନି ଜଳି ଉଠିଛ l ସର୍ବ ଭାରତୀୟ ପେନସନର୍ସ ଫେଡେରସନର ନିଷ୍ପତ୍ତି ଓ ନିର୍ଦ୍ଦେଶ ପ୍ରକାରେ ସମଗ୍ର ଦେଶର ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଉକ୍ତ ଵିଲ୍ ପ୍ରତ୍ୟାହାର ଦାବି କରି  ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାସେବା ନିବୣତ୍ତ କର୍ମଚାରୀ ଓ ଶିକ୍ଷକ ଵିକାଶ ମଞ୍ଚ ତରଫରୁ ଆଜିର ଦିବସକୁ କଳାଦିବସ ରୂପେ ପାଳନ କରାଯାଇଛି  ଏଵଂ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାଵୀପତ୍ର ପ୍ରଦାନ କରାଯାଇଛି l ଦାବିପତ୍ରରେ ଉଲ୍ଲେଖ କରାଯାଇଛିଯେ ଉକ୍ତ ଭ୍ୟାଲିଡେସନ ବିଲ୍ 1982,ଡିସମ୍ଵର 17 ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ପେନସନର୍ସ ମାନଙ୍କ ସପକ୍ଷରେ ଦେଇଥିବା ଆଦେଶର ଵିରୁଦ୍ଧାଚରଣ କରୁଛି l  ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ଵିକାଶ ମଞ୍ଚ ସଂପାଦକ ଶ୍ୟାମସୁନ୍ଦର ଖାଡଙ୍ଗାଙ୍କ ସଭାପତିତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନା ଅନୁଷ୍ଠିତ ପ୍ରତିଵାଦ ସଭାରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଅଧ୍ୟକ୍ଷ କାମରାଜୁ ମହାରଣା ଯୋଗ ଦେଇ ପେନସନ ଵିରୋଦ୍ଧୀ ଵିଲ୍ କୁ ପ୍ରତ୍ୟାହାର ଦାଵୀ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଵ୍ଳକ ସଭାପତି ଵାନାମ୍ବର ପୋଲାଇ,ସଂପାଦକ ବାଳକୃଷ୍ଣ ମହାରଣା, ଭଗବାନ ଦାସ,ରବୀନ୍ଦ୍ର କୁମାର ଦାସ,ଅଶ୍ଵିନୀ କୁମାର ଚୗଧୁରୀ,ପ୍ରାଣବନ୍ଧୁ ପାତ୍ର , ସୁରେନ୍ଦ୍ର ଵେହେରା ପ୍ରମୁଖ ଵକ୍ତବ୍ୟ ରଖି ଅସନ୍ତୋଷ ଵ୍ୟକ୍ତ କରି ଉକ୍ତ ବିଲ୍ ପ୍ରତ୍ୟାହାର ନ ହେଲେ ସାରା ଦେଶରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ l ପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ଦାଵୀପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ପାଇଁ ଅନୁରୋଧ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ