ଆଣ୍ଠୁଏ କାଦୁଅରେ ଘରୁ ବାହାରି ପାରୁ ନାହାନ୍ତି ଲୋକେ: ପ୍ରତିବାଦ କଲେ ଗ୍ରାମବାସୀ

ହାଟଡିହି (ବିକାଶ ବିଶ୍ବାଳ) ସରକାର ଗ୍ରାମାଞ୍ଚଳର  ଉନ୍ନତି ଗାଁ ଗାଁରେ ପକ୍କା ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ହାଟଡିହି ବ୍ଲକ ବ୍ଲକ କଳିଗାଁ ପଞ୍ଚାୟତ ତାମ୍ପଳା ଗ୍ରାମର ଲୋକମାନେ ପାଣି କାଦୁଅରେ ଘାଣ୍ଟି ହେଉଛନ୍ତି। ତାମ୍ପଳା ଠାରୁ କନକମ୍ପା ଯାଇଥିବା ଏହି ରାସ୍ତାଟି ଉପରେ ୩ଟି ପଞ୍ଚାୟତର ଲୋକମାନେ ନିର୍ଭର କରନ୍ତି। ଚାମ୍ପଳା ଗାଁ ମୁଣ୍ଡଠାରୁ ଗାଁ ମଝି ପର୍ଯ୍ୟନ୍ତ ରାସ୍ତାକୁ ଆର.ଡ଼ି ବିଭାଗ ଅଧିନରେ ଥିବା ବେଳେ ଗାଁ ମଝିରୁ ପୋଖରୀ ଆଡି ରାସ୍ତାଟି ପଞ୍ଚାୟତ ଅଧିନରେ ରହିଛି। ଚାମ୍ପଳା ଗାଁ ମୁଣ୍ଡଠାରୁ ଗାଁ ମଝି ପର୍ଯ୍ୟନ୍ତ ରାସ୍ତା ପିଚୁ ହୋଇଥିବା ବେଳେ ପଞ୍ଚାୟତ ଅଧିନ ରାସ୍ତା ଆଜି ପର୍ଯ୍ୟନ୍ତ ନିର୍ମାଣ କି ମରାମତି ହେଉନି। ଫଳରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି କାଦୁଅରେ ପୁରି ଉଠୁଛି। ଯାହା ଦ୍ଵାରା ଗାଁଲୋକେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ଏହି ରାସ୍ତାଦେଇ ଗାଁ ଲୋକେ ଶାଳଣିଆଁ ଡାକ୍ତର ଖାନାକୁ ଯିବାକୁ ଥିବା ବେଳେ ଲୋକେ ହିନସ୍ତା ହେଉଛନ୍ତି। ଛାତ୍ରଛାତ୍ରୀ ମାନେ ପାଣି କାଦୁଅ ରେ ପସି ସ୍କୁଲ ଅଙ୍ଗନବାଡ଼ି ଯିବାରେ  ନାନା ଅସୁବିଧା ହେଉଛି। ଏନେଇ ଆଜି ଗ୍ରାମର ଜଗନ୍ନାଥ ତ୍ରିପାଠୀ, ବାବାଜୀ ତ୍ରିପାଠୀ, ସନ୍ତୋଷ ଜେନା, ମାନସ କୁମାର ତ୍ରିପାଠୀ, ବିକାଶ ଶଙ୍ଖୁଆ, ସୌମ୍ୟ ରଞ୍ଜନ ତ୍ରିପାଠୀ, ବନମାଳି ରାଉତ, ସନାତନ ରାଉତ, ମନୋରଞ୍ଜନ ତ୍ରିପାଠୀ, ବସନ୍ତ ଜେନା, ବିଷ୍ଣୁ ପଣ୍ଡା, ସଞ୍ଜୁକ୍ତା ପଣ୍ଡା, ରଙ୍ଗଲତା ପଣ୍ଡା, ମିନତି ପଣ୍ଡା, ସଶ୍ଜିତା ରାଉତ, ଅଜୟ ତ୍ରିପାଠୀ, ସଦାଶିବ ରାଉତ, ଆକାଶ ଜେନା, ରିଶିକେଶ ପଣ୍ଡା ପ୍ରମୁଖ ଏହାର ପ୍ରତିବାଦ କରିଛନ୍ତି। ସେମାନେ ଆଜି ସରପଞ୍ଚଙ୍କୁୁ ସାକ୍ଷାତ କରି ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ହେମଲତା ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଦୁଇବର୍ଷ ହେଲା ୫ଲକ୍ଷ ଟଙ୍କା ଅନୁଦାନ ଆସିଛି, ବ୍ଳକରୁ ଯିଏ କାମ ଆଣିଛନ୍ତି ସେ ଆଜି ପର୍ଯ୍ୟନ୍ତ କାମ କରୁ ନାହାନ୍ତି, ତେଣୁ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ