ହାଡ଼ଫୁଟି ରୋଗରେ ପ୍ରାଦୁର୍ଭାବରେ ଲୋକେ ଆତଙ୍କିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଦୁର୍ଗମ ଗ୍ରାମ ଗୁରୁଝୋଳିରେ ହାଡଫୁଟି ରୋଗ ପ୍ରାଦୁର୍ଭାବରେ ଲୋକେ ଆତଙ୍କିତ ହୋଇପଡିଛନ୍ତି. ଏହି ଗ୍ରାମରେ ଗତକାଲି ସୁଦ୍ଧା ୧୦ରୁ ଉର୍ଦ୍ଧ ଜଣ ହଡ଼ଫୁଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି. ପ୍ରଶାସନ ଏହି ରୋଗର ପ୍ରାଦୁର୍ଭାବ ଜାଣିବା ପରେ ଗୁରୁଝୋଳି ଗ୍ରାମକୁ ମେଡିକାଲ୍ ଟିମ୍ ପଠାଇଛନ୍ତି. ଏହି ଟିମ ଲୋକଙ୍କୁ ଆବଶ୍ୟକ ସେବା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିବାରୁ ଗୁରୁଝୋଳି ଗ୍ରାମରେ ହଡ଼ଫୁଟି ରୋଗ ବର୍ତ୍ତମାନ ଆୟତ୍ତ ଥିବା ଜଣା ପଡିଛି. ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୋଳି ଗାଁରେ ଗତ କିଛି ଦିନ ହେଲାଣି ଗାଁର ମହିଳା ପୁରୁଷଙ୍କ ସମେତ ଶିଶୁମାନେ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ଦିନ ପୂର୍ବରୁ ଗାଁରେ ୬ ଜଣ ହାଡ଼ଫୁଟିରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଗାଁରେ ଏବେ 10 ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି. ଏହି ରୋଗର ଖବର ପାଇ ମୋହନା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୃତ ରାଜ ଜେନା ସୁପ୍ରଭାଇଜର ବିମ୍ବାଧର ମଲ୍ଲୀକଙ୍କ ସମେତ ସ୍ଵାସ୍ଥ୍ୟକର୍ମୀ ଓ ଟିମ୍ ଗୁରୁଝୋଳି ଗ୍ରାମକୁ ଗସ୍ତ କରି ଆକ୍ରାନ୍ତଙ୍କୁ ଆବଶ୍ୟକୀୟ ଔଷଧ ଦେବା ସହ ସଚେତନ କରିଛନ୍ତି । ଗାଁରେ ଯେପରି ଅଧୂକ ନ ବ୍ୟାପିବ ସେଥିପାଇଁ ନିଜକୁ ଆଇସୋଲେଟ୍ କରି ରହିବାକୁ ପରାମର୍ଶ ଦେଇଛନ୍ତି ।


