ଗଜପତିରେ ବଣୁଆ ହାତୀ ଜନବସତି ମୁହାଁ ନେଇ ଲୋକେ ଆତଙ୍କିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର  କାଶୀନଗର ବ୍ଲକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ହାତୀପଲ ଜନବସତି ମୁହାଁ ହୋଇଥିବା ସୂଚନା ମିଳିଛି I ଦୁଇ ଗୋଟି ହାତୀ ମୁଖ୍ୟ ରାସ୍ତାରେ 1 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରହିବା ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି. ଚଳିତବର୍ଷ କିଛିଦିନ ପୂର୍ବେ ଏହି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ହାତୀପଲ ବିଚରଣ କରୁଥିବା ବେଳେ ଗତକାଲି  ସିଆଳି-କରଣିଭଦ୍ରା ପୂର୍ବବିଭାଗର ମୁଖ୍ୟରାସ୍ତାରେ ଥିବା ଜଙ୍ଗଲ ମଧ୍ୟରୁ ମୁଖ୍ୟ ରାସ୍ତାରେ ଏହି ଦୁଇଟିକିଆ ହାତୀ ପଲ ପାର ହେବା ଦେଖାଦେଇଥିଲା। ଦୁଇ ଗୋଟି ହାତୀ ଘଣ୍ଟାଏରୁ ଅଧୂକ ସମୟ ରାସ୍ତା ସମୟ ରହି ଯିବାରୁ ପଥଚାରୀମାନେ ଆତଙ୍କିତ ଅବସ୍ଥାରେ ଯାତାୟତ ବନ୍ଦ କରିଦେଇଥିଲେ। ଫଳରେ ପାରଳାଖେମୁଣ୍ଡି – ଗୁଣୁପୁର ମୁଖ୍ୟରାସ୍ତାରେ ଯାତାଯତ ପ୍ରଭାବିତ ହୋଇଥିଲା । ଗତକାଲି ସନ୍ଧ୍ୟା ପରେ ହାତୀ ଜଙ୍ଗଲରାସ୍ତା ଦେଇ ଚାଲିଯାଇଥିଲେ | ଫଳରେ ଯାତାୟତ ସ୍ବାଭାବିକ ହୋଇଥିଲା I ସୂଚନା ପ୍ରକାରେ ପ୍ରତିବର୍ଷ ହାତୀପଲ ଠିକ ଧାନ ଅମଳ ସମୟରେ କାଶୀନଗର ଅଞ୍ଚଳକୁ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ହାତୀ ପଲରେ କେତେ ହାତୀ ଆସିଛନ୍ତି ଜଣାପଡ଼ିନଥିବା ବେଳେ ଦୁଇ ହାତୀ ରାସ୍ତା ତଟରେ ଠିଆହୋଇ ରହିଥ‌ିବାର ଦେଖୁବାକୁ ମିଳିଛି। ବର୍ତ୍ତମାନ ଧାନ ଫସଲ ପାଚିଲା ସମୟ. ଏହି ପାଚିଲା ସମୟରେ ହାତୀ ପଲ ପୁଣି ଜନବସତି ମୁହାଁ ହେବା ଯୋଗୁଁ ସାଧାରଣରେ ଭୟ ଆତଙ୍କ ଦେଖା ଦେଇଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ