ପାଣି ପାଇଁ ଡହଳ ବିକଳ କେଶବନାଇଗୁଡା ନୂଆ ସାହିର ଲୋକେ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ଗ୍ରୀଷ୍ମପ୍ରବାହ  ଯେତେ ବଢ଼ିବାରେ ଲାଗିଛି ପିଇବା ପାଣି ର ସମସ୍ୟା ସେତେ ଉତ୍କଟ ହେବାରେ ଲାଗିଛି ଏ ଚିତ୍ର ହୋଉଛି କେଶବନାଇଗୁଡା  ନୂଆ ସାହିର ଦୃଶ୍ୟ  ! ଏ କୋୖଣସି ଉପାନ୍ତ ଅଞ୍ଚଳ ନୁହେଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ସଦର ପଞ୍ଚାୟତ ର !  କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ରୁ ମାତ୍ର ୪  କିମି ଦୂର ବାଟରେ କେଶବନାଇଗୁଡା ଗାଁ  ।ସେହିଠାକୁ  କୋୖଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ବା ପାଇଁ ମାତ୍ର ୧୦ ମିନିଟ ର ବାଟ କିନ୍ତୁ ପ୍ରଶାସନର ଅବହେଳା ର ଶିକାର ହେଉଛନ୍ତି ଗାଁ ଲୋକେ ! ଗାଁ ଲୋକ ଙ୍କୁ ପିଇବା ପାଣି ଅଛି ଗୋଟିଏ ମାତ୍ର ନଳ କୂପ ତାହା ଏବେ ଅଚଳ ! ଏଣୁ ନାଳରେ ଚୁଆଁ ପାଣି ବ୍ୟବହାର କରିବାକୁ  ବାଧ୍ୟ ହୋଉଛନ୍ତି   ! ଚୁଆଁ ପାଣି ଆଣିବାକୁ ହେଲେ ଦୀର୍ଘ ଏକ କିଲୋମିଟର ଖାଲଢିପ ରାସ୍ତା ଦେଇ ପାଣି ଆଣିବାକୁ ପଡ଼ିଥାଏ।ଅନ୍ୟ କୌଣସି ବିକଳ୍ପ ନ ଥିବାରୁ  ଲୋକ ବାଧ୍ୟ ହୋଇ ନିକଟସ୍ଥ ଏକ ନାଳରେ ଚୁଆଁ ଖୋଲି  ପାଣି ବ୍ୟବହାର କରୁଛନ୍ତି ! ଏହି ପାଣି ପିଇବା ଦ୍ୱାରା କାଚୁକୁଣ୍ଡିଆ ,ଡାଇରିଆ ,ମ୍ୟାଲେରିଆ ,ଟା ଇଫଡ  ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ! ଏହିଗ୍ରାମ ବ୍ଲକ  କାର୍ଯ୍ୟାଳୟ ଅତି ନିକଟସ୍ଥର ହେବା ସତ୍ତ୍ୱେ ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେଉ ନ ଥିବା‌ରୁ ପରୀତାପ ର ବିଷୟ ବୋଲି ଅଭିଯୋଗ ହୋଇଛି ! ଯଥା ଶିଘ୍ର ପାନୀୟ ଜଳ ସମସ୍ୟା ର ସମାଧାନ ନ କରାଯାଏ ତାହା ହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ପଛାଇବୁ ନାହିଁ ବୋଲି ରାମ କାଡ୍ରାକା, ସୁରିଆ ରାଓ କାଡ୍ରାକା, ନରେନ୍ଦ୍ର ହୁଇକା, ସୁରେଶ ହୁଇକା କହିଛନ୍ତି । କଲ୍ୟାଣସିଂହପୁର ସଦର ମହକୁମାରେ   ସାମାନ୍ୟ ବର୍ଷା ହେଲେ ନଦୀର ଗୁଳିଆ ପାଣି କୁ ବାଧ୍ୟହୋଇ ପିଇବାକୁ ପଡୁଛି ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଯୁଧକାଳୀନ ଭିତରେ ନଳକୂପ ମରାମତି କରିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ