ନ୍ୟାୟ ପାଈଁ ଥାନାକୁ ଦୌଡ଼ି ଦୌଡ଼ି ମିଳୁନି ନ୍ୟାୟ :ସାଧାରଣ ଜନତାଙ୍କ ଆସ୍ଥା ହରାଉଛି ଅସ୍ତରଙ୍ଗ ଥାନା

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ :-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ଅସହାୟ ଓ ନିରୀହ ପରିବାର ମହିଳା ଙ୍କୁ ସଠିକ ସମୟରେ ନ୍ୟାୟ ମିଳୁନଥିବା ଅଭିଯୋଗ। ପୁଲିସ ତଦନ୍ତରେ ଅବହେଳା ଏବଂ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସପକ୍ଷରେ ପୁଲିସ କାର୍ଯ୍ୟ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ବର୍ଷକୁ ମାମଲା ସଂଖ୍ୟା ୨ ଶହ ରୁ ଉର୍ଦ୍ଧ ଛୁଉଁଛି। ଅନ୍ୟ ପଟେ ମାଡ଼ପିଟ ଘଟଣା ରେ ଜଣେ ମହିଳା ନ୍ୟାୟ ପାଇବା ପାଈଁ ଗତ ଜାନୁୟାରୀ ୨୬ତାରିଖ ରୁ ଅସ୍ତରଙ୍ଗ ଥାନାକୁ ଆସୁଥିଲେ ମଧ୍ୟ ମହିଳା ନ୍ୟାୟ ବଦଳରେ ନିରାଶ ହୋଇ ଫେରୁଛନ୍ତି। କିନ୍ତୁ ଥାନା ଅଧିକାରିଣୀ  କେବଳ ଦେଉଛନ୍ତି ପ୍ରତିଶ୍ରୁତି। ଜାନୁୟାରୀ ୨୬ପରେ କାର୍ଯ୍ୟରତ ଥାନାଅଧିକାରୀ ଅନ୍ୟତ୍ର ବଦଳି ପରେ ନୂଆ ଥାନାଅଧିକାରିଣୀ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି। ନ୍ୟାୟ ପାଈଁ ଧାଇଁ ଧାଇଁ ପୁନର୍ବାର ଆକ୍ରମଣ ମହିଳା ଶିକାର ହୋଇ ଥାନାରେ ଆତ୍ମହୂତି ଦେବା ପାଈଁ ଚେତାବନୀ ଦେଇଛନ୍ତି। ଖବର ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ମାଣ୍ଡୁକି ପଂଚାୟତ ଜାମୁଗାଁ ରେ ପୂର୍ବଶତ୍ରୁତା କୁ ନେଇ ଜାନୁୟାରୀ ୨୬ତାରିଖ ରେ ଜମିଜମା ସମସ୍ୟା କୁ ନେଇ ପରସ୍ପର ମାଧ୍ୟ୍ୟମରେ ବାକଯୁଦ୍ଧ ପରେ ମାରଣାସ୍ତ୍ର ଆକ୍ରମଣ ରେ ଉଭୟ ପକ୍ଷରୁ ଚାରି ଜଣ ରୁ ଉର୍ଦ୍ଧ ଗୁରୁତର ଥିବା ଅଭିଯୋଗ,ଅସ୍ତରଙ୍ଗ ଥାନାରେ ଅଭିଯୋଗ ପରେ ପୂର୍ବତନ ଥାନାଅଧିକାରୀ ଦୁର୍ଗା ଚରଣ ମହାପାତ୍ର ଅସ୍ତରଙ୍ଗ ଥାନା କେଶ ନମ୍ବର ୧୪/୨୬, ୧୫/୨୬ରେ ମାମଲା ରୁଜୁ କରି ପୁଲିସ ଚୁପ ବସିଥିବା ବେଳେ ଗୁରୁତର ଆହତ ହୋଇଥିବା ପରିବାର ର ସ୍ମରଣୀକା ପ୍ରଧାନ ଦୀର୍ଘ ୧୦ଦିନ ରୁ ଉର୍ଦ୍ଧ ହେବ ନ୍ୟାୟ ପାଈଁ ଅସ୍ତରଙ୍ଗ ଥାନାକୁ ଦୌଡୁଛନ୍ତି। ଇତି ମଧ୍ୟରେ ଥାନାଅଧିକାରୀ ଦୁର୍ଗା ଚରଣ ମହାପାତ୍ର ଙ୍କ ଅନ୍ୟତ୍ର ବଦଳି ପରେ ନୂତନ ଥାନାଅଧିକାରିଣୀ ବିଦିତା ନାୟକ କେବଳ ନ୍ୟାୟ ପାଈଁ ପ୍ରତିଶ୍ରୁତି। ମହିଳା ଜଣକ ନ୍ୟାୟ ପାଈଁ କେତେ ଦିନ ଥାନାକୁ ଯାଉଛନ୍ତି ଓ ନିରାଶ ଫେରୁଛନ୍ତି ଥାନାରେ ଲାଗିଥିବା ସିସିଟିଭି ଉଚ୍ଚ ସ୍ତରୀୟ ଅଧିକାରୀ ଯାଞ୍ଚ କଲେ ସ୍ପଷ୍ଟ ଜଣାପଡିବ, ନ୍ୟାୟ ପାଈଁ ମହିଳା ଙ୍କୁ କେତେ ଥର ଥାନାକୁ ଯିବାକୁ ପଡେ। ପୁନର୍ବାର ବୁଧବାର ମଧ୍ୟାହ୍ନ ସମୟରେ ଗଛ କଟାକୁ ନେଇ ଗଣ୍ଡଗୋଳ ଶହ ଜୀବନ ରୁ ମାରିଦେବାକୁ ଧମକ ଦେବା ଶହ ଆକ୍ରମଣ ଶିକାର ହୋଇଥିବା ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି ମିକିନା ପ୍ରଧାନ। ଅନ୍ୟ ପଟେ ପୂର୍ବରୁ ଅନ୍ୟ ପକ୍ଷ ଅଭିଯୋଗ କରିଥିବା ମଧ୍ୟ ସୂଚନା ମିଳିଛି। ଅସ୍ତରଙ୍ଗ ଥାନାରେ ପୁଲିସ ସଠିକ ସମୟରେ ନ୍ୟାୟ ମିଳୁନଥିବାରୁ ପରିବାର ମଧ୍ୟରେ ଗଣ୍ଡଗୋଳ ବୃଦ୍ଧି ପାଉଛି।ସ୍ମରଣୀକା ପ୍ରଧାନ ନ୍ୟାୟ ପାଈଁ ବାରମ୍ବାର ଥାନାକୁ ଦୌଡିବା ସହ ଥାନାଅଧିକାରିଣୀ ଙ୍କ ପ୍ରତିଶ୍ରୁତି ଭରସା ତୁଟିବାରୁ ବୁଧବାର ମଧ୍ୟାହ୍ନ ଘଟଣା ପରେ ପରିବାର ସହ ଥାନାରେ ପହଂଚି ନ୍ୟାୟ ନ ମିଳିଲେ ଆତ୍ମହୂତି ଦେବେ ବୋଲି ଗଣମାଧ୍ୟ୍ୟମ ରେ ଚେତାବନୀ ଦେଇଛନ୍ତି। ପୁଲିସ କେବଳ ଦଫା ଲଗାଇ ନିରବ ବସିଥିବା ବେଳେ ସାଧାରଣ ଚର୍ଚ୍ଚା ହେଉଥିବା ବେଳେ ସାଧାରଣ ରେ ଆଇନି ଶୃଙ୍ଖଳା ପ୍ରତି ଆସ୍ଥା ଓ ଭରସା ତୁଟି ଗଲାଣି ବୋଲି ଚର୍ଚ୍ଚା ଚାଲିଛି। ଏ ଘଟଣା ସମ୍ବଦ୍ଧରେ ଅସ୍ତରଙ୍ଗ ଥାନାଅଧିକାରିଣୀ ବିଦିତା ନାୟକ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ