ପିପୁଲସ କଲେଜ ଓ ରାଷ୍ଟ୍ରୀୟ କଳା ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ-୨୦୨୬ ପାଳନ

ବୁଗୁଡା, (ଅନୀଲ କୁମାର ମହାରଣା) : ” ଆମ ମହାବିଦ୍ୟାଳୟ ,ଆମ ଦେବାଳୟ”। ପିପୁଲସ କଲେଜ ଜାତୀୟ ସେବା ଯୋଜନା -ୟୁନିଟ ୧ ଓ ୨ ଏବଂ ରାଷ୍ଟ୍ରୀୟ କଳା ମଞ୍ଚର ମିଳିତ ଉଦ୍ୟମରେ ଜାତୀୟ ଯୁବ ଦିବସ -୨୦୨୬, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ, ବନ୍ଦେ ମାତରମ୍ ସାମୂହିକ ଗାନ ଏବଂ ଉଠୋ…ଚଲୋ ଭାରତ୍…… ମାରାଥନ୍ ଦୌଡ଼  ୧୨/୦୧/୨୬ ତାରିଖ ଦିନ ସକାଳ ୧୧ ଘଟିକାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ବିଶିଷ୍ଟ ଶିଳ୍ପୀ ଡକ୍ଟର ସ୍ଥିତଧି ରଥ, ବୁଗୁଡାଏନଏସସି ଓ ବୁଗୁଡା ବ୍ଲକର କର୍ମଚାରୀ ବୃନ୍ଦ, ବିଜେପି ନଗର ସଭାପତି କେଦାରନାଥ ମହାରଣା, ରାଷ୍ଟ୍ରୀୟ କଳା ମଞ୍ଚ ର ସମସ୍ତ ସଦସ୍ୟ ଏବଂ ବୁଗୁଡା ପିପୁଲସ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ