ପିପୁଲସ କଲେଜ ପକ୍ଷରୁ ହର ଘର ତ୍ରିରଙ୍ଗା
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜ ପକ୍ଷରୁ ଅଗଷ୍ଟ ୧୩ ତାରିଖ ଦିନ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଏନସିସି ଅଫିସର ଲେଫନାଣ୍ଟ ଅଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। “ହର ଘର ତ୍ରିରଙ୍ଗା” ଅଭିଯାନ ଅପଲକ୍ଷେ ଆୟୋଜିତ ରାଲିକୁ ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଶୁଭାରମ୍ଭ କରାଇଥିଲେ। କଲେଜର ଏନସିସି, ଯୁବ ରେଡ଼ କ୍ରସ, ଏନଏସଏସ ଓ ସ୍କାଉଟ ଏଣ୍ଡ ଗାଇଡ୍ସ ପକ୍ଷରୁ ୧୨୦ ଜଣ ସ୍ୱେଚ୍ଛାସେବୀ ଏକ ରାଲିରେ ସହର ପରିକ୍ରମା କରିବା ସହ ଦେଶର ଏକତା ଓ ସ୍ୱଚ୍ଛତା ବିଷୟରେ ଜନସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ଏମ. ଶ୍ରୀନିବାସ ଦୋରା ପରିଚାଳନାରେ ସହଯୋଗ କରିଥିଲେ।