ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ
ଆରଡି,(ଆଲୋକ ଚନ୍ଦ୍ର ନାୟକ), ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ପନ୍ଦରବାଟିଆ ଠାରେ ଧୂଷୁରୀ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ମଙ୍ଗଳବାର ବିଳମ୍ବିତ ରାତିରେ ଅତର୍କିତ ଭାବେ ଚଢ଼ାଉ କରି ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବଦ କରିଛନ୍ତି । ଏଥିରେ ଥିବା ୧୪ଟି ଗୋରୁଙ୍କୁ ମଧ୍ୟ ଉଦ୍ଧାର କରା ଯାଇଛି । ଚଢ଼ାଉ ସମୟରେ ଡ୍ରାଇଭର ଫେରାର ହୋଇ ଯାଇ ଥିଲା। ଜବତ ହୋଇଥିବା ଗାଡ଼ି ଥାନାରେ ଅଟକ ରଖି କେଶ୍ ନମ୍ବର ୨୫୨/୨୫ରେ ଏକ ମାମଲା ରୁଜୁ କରା ଯାଇଛି। ସବୁ ଜବତ ହୋଇଥିବା ଗୋରୁଙ୍କୁ ମଇତାପୁର ସ୍ଥିତ ଗୋଶାଳାକୁ ସ୍ଥାନାନ୍ତର କରା ଯାଇଛି। ଗୋରୁ ଗାଡି ଜବଦ ପରେ ଗୋଚାଲାଣ କରୁଥିବା ବ୍ୟକ୍ତିମାନେ ଛାନିଆ ହୋଇ ପଡିଛନ୍ତି ।