ପାଇପ ଫାଟି ରାସ୍ତାରେ ଭାସୁଛି ପାଣି: ସଜାଡୁ ନାହାଁନ୍ତି ବିଭାଗୀୟ କତୃପକ୍ଷ

ହାଟଡିହି, (ଓ୍ବାଇଏନଏସ): ସରକାରଙ୍କର ମେଗା ପାନୀୟଜଳ ପ୍ରକଳ୍ପ ମାଧ୍ୟ୍ୟମରେ ଗ୍ରାମାଞ୍ଚଳର ଘରକୁ ଘର ପାନୀୟ ଜଳ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଏଥିରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି।  ବିଭିନ୍ନ ସ୍ଥାନରେ ପାଇପ ଫାଟି ରାସ୍ତାରେ ପାଣି ଭାସୁଥିବା ଦେଖିବାକୁ ମିଳୁଛି l ହାଟଡିହି ବ୍ଲକ ଛେନପଦି ବଜାର ରେ ଏସ.ଏଚ କଡରେ ଯାଇଥିବା ପାନୀୟ ଜଳର ପାଇପ ଦୀର୍ଘଦିନ ଧରି ଫାଟି ପାଣି ରାସ୍ତାରେ ଭାସୁଛି। ପାନୀୟ ଜଳ ନଷ୍ଟ ହେବା ସହ ପାନୀୟ ଜଳର ସୁ ପରିଚାଳନାର ସ୍ୱଛତାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି l ରାସ୍ତାରେ ପ୍ରତ୍ୟକ ଦିନ ହଜାର ହଜାର ଲୋକ ଯାତାୟାତ କରୁଥିବେଳେ ରାସ୍ତାରେ ପାଣି ଜମି ରହିବା ଦ୍ୱାରା ଲୋକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରାସ୍ତାରେ ଡ୍ରେନ ଥିବା ସତ୍ୱେ ଡ୍ରେନ ଗୁଡିକ ପୋତି ହୋଇଯାଇଥିବାରୁ  ପାଣି ନିଷ୍କାସନ ହେଇପାରୁନି l ସରକାର ଏଥି ପ୍ରତି ଦୃଷ୍ଟି ଦେଇ ପାଇପ ଗୁଡିକ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ