ଏନ୍‍ବିସି ମହାବିଦ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍): ଏକ୍‍ ପେଡ୍‍ ମା କେ ନାମ୍‍ ୨.୦ ପାଳନ ଅବସରରେ ପରିବେଶର ସୁରକ୍ଷା ଲାଗି ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପକ୍ଷରୁ ଭାରତ ସ୍କାଉଟ୍‍ସ ଓ ଗାଇଡ୍‍ସ, ୟୁଥ୍‍ ରେଡକ୍ରସ୍‍, ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସିଲୁ ସେଠୀ, ଯୁବ ରେଡକ୍ରସ୍‍ର ସଂଯୋଜକ ଅଧ୍ୟାପକ ଡଃ କୁନା ସୁନା ଓ ସହସଂଯୋଜିକା ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ସାହୁ, ଭାରତ ସ୍କାଉଟ୍‍ସ୍‍ ଓ ଗାଇଡ୍‍ସର ରୋଭୋର୍‍ ଅଧ୍ୟାପକ ଉପେନ୍ଦ୍ର ମାଝୀ ଓ ରେଞ୍ଜର୍‍ ଅଧ୍ୟାପିକା ସୁଶ୍ରୀ ସୁଜାତା ଟେଟେଙ୍କ ସଂଯୋଜନାରେ ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଜଙ୍ଗଲ ଓ ପ୍ରକୃତି ସୁରକ୍ଷା, ଚାରା ରୋପଣର ଆବଶ୍ୟକତା, ଗଛ ଲଗାଇବା ଓ ତାର ଯତ୍ନ ନେବା, ବୃକ୍ଷର ମାନବ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ କରଂଜ, କଦମ୍ବ, ନୀଳଗିରି, ବାଦାମ୍‍, କୃଷ୍ଣଚୁଡା, ନିମ୍ବ ସମେତ ବିଭିନ୍ନ କିସମର ଔଷଧିୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିଲା । ଏନ୍‍ବିସି କଲେଜର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏକ୍‍ ପେଡ୍‍ ମା କେ ନାମ୍‍ ଅଧୀନସ୍ଥ ମେଗା ଚାରାରୋପଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଅଭିଷେକ ବେହେରା, ଦ୍ୱିତୀୟ ଅଧିକାରୀ ଅଧ୍ୟାପକ ରୁଦ୍ରମାଧବ ମହାନ୍ତି, ଅଧ୍ୟାପକ ପ୍ରଫୁଲ କାଣ୍ଡଗୋରୀ, ଡଃ ଜୀବନକୃଷ୍ଣ ଦାଶ, ଆଲୋକ ପ୍ରଧାନ, ଉଦିତ୍‍ ନାରାୟଣ ଦାଶ, ଅଜିତ୍‍ ମୁଖୀ, ଅଜିତ୍‍ କୁମାର ପଟ୍ଟନାୟକ, ଯାଜ୍ଞସେନୀ ପ୍ରଧାନ, ସଙ୍ଗୀତା ମହାନ୍ତି, କେ.ସ୍ମିତା ପାତ୍ର, ପ୍ରିୟଙ୍କା ସ୍ୱାଇଁ, ସୁଜାତା ସିଂ, ମହାବିଦ୍ୟାଳୟର କର୍ମଚାରୀ ପଦ୍ମିନୀ ମହାରଣା, ପ୍ରମୋଦ ଆପଟ, ଅନୁପ ଷଡଙ୍ଗୀ, ଭଗବାନ ଡାକୁଆ, ଅଶୋକ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ସଚେତନ ନାଗରିକ, ପରିବେଶବିତ୍ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। କେନ୍ଦୁପଦର ସ୍ଥିତି ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସିଲୁ ସେଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆଭିମୁଖ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ କିପରି ମାନବ ସମାଜ ପାଇଁ ଅପରିହାର୍ଯ୍ୟ ତାହାରି ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ