ଚାରାଚୋପଣ କାର୍ଯ୍ୟକ୍ରମ
ଆସିକା ତା ୨୮/୦୭ (ୱାଇଏନ୍ଏସ୍) ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଆୟୋଜିତ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ମାସ ୨୩ ତାରିଖରେ ଭଗବାନ ଶ୍ରୀ ସତ୍ୟ ସାଇବାବାଙ୍କ ଜନ୍ମ ଶତବର୍ଷିକୀ ପାଳନ ହେବାକୁ ଥିବା ବେଳେ ଏହି ଅବସରରେ ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ ପକ୍ଷରୁ ସାରା ଦେଶରେ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅଧୀନରେ ଏକ କୋଟି ଚାରାରୋପଣ ତଥା ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରୟାସ ଜାରି ରହିଛି । ସତ୍ୟସାଇ ସେବା ସମିତି ଗଞ୍ଜାମ-୨ ପକ୍ଷରୁ ମଧ୍ୟ ବିଭିନ୍ନ ଅଞ୍ଚଳରେ ଚାରାରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟାପକ ପ୍ରୟାସ ଚାଲିଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକଟି ଗଛ ଜିଓ ଟ୍ୟାଗିଂ କରାଯାଇ ଶ୍ରୀ ସତ୍ୟସାଇ ସେବା ସଂଗଠନର ୱେବସାଇଟ୍ରେ ଫଟୋ ସହ ଅପ୍ଲୋଡ୍ କରାଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଆୟୋଜିତ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମକୁ ଗତ କିଛି ମାସ ତଳେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁଭାରମ୍ଭ କରାଯାଇଥିଲା । ମନୁଷ୍ୟ ସମାଜ ଓ କୀଟପତଙ୍ଗ ତିଷ୍ଟି ରହିବା ପାଇଁ ବୃକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଶ୍ରୀ ସତ୍ୟସାଇ ପ୍ରେମ ତରୁ କାର୍ଯ୍ୟକ୍ରମ ଅନ୍ତର୍ଗତ ସତ୍ୟସାଇ ସେବା ସମିତି ଗଞ୍ଜାମ-୨ ପକ୍ଷରୁ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ସୋମବାର ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସମିତି ଗଞ୍ଜାମ-୨ର ସଭାପତି ଦେବାଶିଷ ମିଶ୍ର ଓ ଜିଲ୍ଲା ଧ୍ୟାନ ବୃକ୍ଷ ସଂଯୋଜକ ଅଜିତ୍ କୁମାର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଔଷଧୀୟ ଚାରାରୋପଣ କାର୍ଯ୍ୟକ୍ରମରେ ଏନ୍ବିସି କଲେଜର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଯୋଗଦେଇ ଚାରାରୋପଣର ଆବଶ୍ୟକତା ଓ ଉପାଦେୟତା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲା ବେଳେ ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ କିସମର ଔଷଧୀୟ ଚାରା ରୋପଣ କରାଯାଇଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଭାରତ ସ୍କାଉଟ୍ସ ଗାଇଡସ୍ ଏବଂ ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ମେଗା ଚାରା ରୋପଣ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ସଂଯୋଜକ ଡଃ କୁନା ସୁନା, ସହସଂଯୋଜିକା ସୁଶ୍ରୀ ଶୁଭଶ୍ରୀ ସାହୁ, ରୋଭର୍ ଉପେନ୍ଦ୍ର ମାଝୀ, ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ସିଲୁ ସେଠୀ, ଅଧ୍ୟାପକ ରୁଦ୍ରମାଧବ ମହାନ୍ତି, ଆଲୋକ ପ୍ରଧାନ, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ଅଜିତ୍ କୁମାର ପଟ୍ଟନାୟକ, ଅଜିତ୍ କୁମାର ମହାପାତ୍ର, ବିକାଶ ଦିଗଲ୍, ଅଜିତ୍ କୁମାର ମୁଖୀ, ଉଦିତ୍ ନାରାୟଣ ଦାଶ, ରଘୁନାଥ ପ୍ରଧାନ, ସଚ୍ଚିନ୍ ଜେନା, ଅଧ୍ୟାପିକା ସ୍ୱପ୍ନାରାଣୀ ପଟ୍ଟନାୟକ, ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଶ୍ରୀମତୀ ଯସ୍ମିନି କୁମାରୀ ନାୟକ, ସୁଶ୍ରୀ କିରଣ ଡାକୁଆ, ସୁଶ୍ରୀ ସୁଜାତା ଟେଟେ, ସୁଶ୍ରୀ ରାଜେଶ୍ୱରୀ ରଥ, ସୁଶ୍ରୀ କେ.ସ୍ମିତା ପାତ୍ର, ସୁଶ୍ରୀ କେ.ସୁଚିସ୍ମିତା ପଟ୍ଟନାୟକ, ସୁଶ୍ରୀ ଶୁଭଶ୍ରୀ ସାହୁ, ସୁଶ୍ରୀ ଯାଜ୍ଞସେନୀ ପ୍ରଧାନଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।