ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା ପ୍ଲାଷ୍ଟର

ଆରଡ଼ି,( ଆଲୋକ ଚନ୍ଦ୍ର ନାୟକ ) ଆଖଣ୍ଡଳମଣି ପୀଠ ଆରଡିରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଅପରାହ୍ନ ୨ଟା୩୦ରେ ଏକ ବଡ ଧରଣର ଅଘଟଣରୁ ରୋଗୀମାନେ ରକ୍ଷା ପାଇ ଯାଇଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ନୂତନ ଭାନେ ନିର୍ମିତ ହୋଇଛି ଓ ପ୍ରାୟ ୧୦ ମାସ ହେବ ଏଠାରେ ରୋଗୀ ଦେଖା ଚାଲିଛି । ରୋଗୀ ବିଶ୍ରାମ ନେଉଥିବା ସ୍ଥାନର ଛାତରୁ ପ୍ରାୟ ୩ ଫୁଟ ଲମ୍ବ ଓ ଅଢେଇ ଫୁଟ ଓସାରର ପ୍ଲାଷ୍ଟର ହଠାତ ଖସି ପଡିଥିଲା । ସୌଭାଗ୍ୟ ବଶତଃ ସେଠାରେ କେହି ରୋଗୀ ଉପସ୍ଥିତ ନଥିଲେ । ଛାତରୁ ପ୍ଲାଷ୍ଟର ଖସିବାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଭୟଭୀତ ହୋଇ ପଡିଥିଲେ । ଆଗକୁ ଆହୁରି ବଡ ଧରଣର ଅଘଟଣ ଘଟିବାର ଆଶଙ୍କା ଉପୁଜିଛି । ମେଡିଲାଲ ନିର୍ମାଣରେ ଅନୀୟମିତତା ହୋଇଥିବା ସାଧାରଣରେ ଆଲୋଚନା ଚାଲିଛି । ଏ ସମ୍ପର୍କରେ ମେଡିକାଲ ଅଫିସର ଡା. ତୁଙ୍ଗତୃଷ୍ଣା ମହାନ୍ତି କହିଛନ୍ତି ଆଜି ଘଟଣା ପରେ ନୂତନ ଭାବେ ନିର୍ମିତ ହୋଇଥିବା ମେଡିକାଲ ଗୃହରେ କାର୍ଯ୍ୟ କରିବାକୁ ଭୟ ଲାଗୁଛି । ଏ ବିଷୟରେ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ