ସିଆରପି,ଏମବିକେ, ବ୍ୟାଙ୍କ ମିତ୍ରଙ୍କ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଗ୍ରାମ ପଂଚାୟତ ସ୍ତରୀୟ ସଂଘରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟିଂ କର୍ମଚାରୀ ମଙ୍ଗଳବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ମୁତାବକ ଆମ୍ଭେମାନେ ପ୍ରୋଜେକ୍ଟ ଆରମ୍ଭ ଦିନ ଠାରୁ ସରକାରଙ୍କ ନିୟମ ମୁତାବକ ସମସ୍ତ କାର୍ଯ୍ୟ କରିଆସୁଅଛୁ। କାର୍ଯ୍ୟ ପାଇଁ ସରକାର ମାସକୁ ଆମକୁ କିଛି ଅର୍ଥ ମଧ୍ୟ ପ୍ରଦାନ କରିଥାନ୍ତି। କିନ୍ତୁ ସରକାରଙ୍କ ତରଫରୁ ମାର୍ଚ୍ଚ ୨୯ରେ (ପତ୍ର ସଂଖ୍ୟା-୨୬୭୦) ଅନୁସାରେ କାର୍ଯ୍ୟଦକ୍ଷତା ପ୍ରୋତ୍ସାହନ ନେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଯାହାକୁ ଆମ୍ଭ ସଂଘ ବିରୋଧ କରୁଅଛି। ସରକାରଙ୍କ ଘୋଷିତ କାର୍ଯ୍ୟଦକ୍ଷତା ପ୍ରୋତ୍ସାହନକୁ ଆମ୍ଭେ ବର୍ଜନ କରିବା ସହିତ ପୂର୍ବପରି କାର୍ଯ୍ୟ ଜାରି ରଖିବୁ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ରରେ ବ୍ଳକର ୧୬ଟି ପଂଚାୟତରେ କାର୍ଯ୍ୟରତ ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର ଆଦିଙ୍କ ସ୍ୱାକ୍ଷର ରହିଛି। ଉକ୍ତ ଦାବିପତ୍ରକୁ ବିଜୟଲକ୍ଷ୍ମୀ ମହାନ୍ତି, ରିତାରାଣୀ ମହାନ୍ତି, ପ୍ରତିମା ବେହେରା, ପ୍ରିୟଦର୍ଶିନୀ ଦାସ ଆଦି ବିଡିଓ ନିରଞ୍ଜନ ପରିଡାଙ୍କୁ ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ