ଏନଏସଏସ ୟୁନିଟ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ କାର୍ଯ୍ୟକ୍ରମ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା, ୟୁନିଟ ୧ ଓ ୨ ପକ୍ଷରୁ ୧୦/୦୧/୨୬ ତାରିଖ ଦିନ କଲେଜ ପରିସରରୁ ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ ୟୁନିଟ ୧ ଓ ୨ ର ସ୍ବେଛାସେବୀ ବୃନ୍ଦ କଲେଜ ପରିସରରୁ ପ୍ଲାଷ୍ଟିକ ବୋତଲ ଓ ପଲିଥିନ ସଂଗ୍ରହ ସହିତ ସଫେଇ କାର୍ଯ୍ୟକ୍ରମ କରି ପରିସରକୁ ସଫା କରିଥିଲେ। ଏନଏସଏସ ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଏହି କ୍ୟାମ୍ପସ ପ୍ଲାଷ୍ଟିକ ମୁକ୍ତ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଉପସ୍ଥିତ ରହି ସ୍ବେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସ୍ବେଛାସେବୀଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଏବଂ ୟୁନିଟ-୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।


