ବିଧାୟକଙ୍କ ଦ୍ବାରା ନାଟକ ଉଦଘାଟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ  କଳିଙ୍ଗ ଯୁବ ନାଟ୍ୟ ସଂସଦ ପକ୍ଷରୁ ମଙ୍ଗଳବାର ରାତିରେ ନାଟ୍ୟକାର ସୁଶାନ୍ତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶନାରେ  ‘କଟି କଟି ଡବଲ କଟି’ ନାଟକ ମଞ୍ଚସ୍ଥ ହୋଇଯାଇଛି । ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ନାଟକ କୁ  ଆନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ । ନାଟ୍ଯ ସଂସଦର ଆବାହକ ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ  ମନୋରଞ୍ଜନ ଗୈାଡ ଏବଂ ପରିଚାଳକ ଉମାକାନ୍ତ ସାହୁଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସମାରୋହରେ ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ସଭାପତି ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ରଞ୍ଜନ ସାହୁ , ଲିଙ୍ଗରାଜ ଦୋରା , ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ , ଚିତ୍ରସେନ ଗୈାଡ , ଏମ.ସନ୍ତୋଷ , ସନ୍ତୋଷ ଦୋରା , ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ  ,ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ  , ଜିଲା ଭାଜପା ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ବାପି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ ।  ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଧାୟକ ଉଦବୋଧନ ଦେବାସହ  ବୋରିପଦର ଗ୍ରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ୩୫ ଲକ୍ଷ ଟଙ୍କା ଏବଂ ଉଚ୍ଚ ବିଦ୍ୟାଳୟକୁ ୧୦ ଲକ୍ଷ ଟଙ୍କା ରାଜ୍ୟସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଇଥିବା  ବେଳେ ଆନୁସଙ୍ଗିକ ନିର୍ମାଣ କାର୍ଯ୍ୟ  ଚାଲିଥିବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ