ବାଲିଯାତ୍ରା ନିମନ୍ତେ ପ୍ଲଟ ଆବଣ୍ଟନ ପଞ୍ଜୀକରଣ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି
କଟକ, (ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କର୍ଫ୍ଯୁ ପରିସ୍ଥିତି ଏବଂ ଇଣ୍ଟରନେଟ ବନ୍ଦ ରହିଥିବା କାରଣରୁ ଏହି ସମୟ ବୃଦ୍ଧି କରାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ପଞ୍ଜୀକରଣ କରାଯାଉଛି। ବାରବାଟି ପ୍ୟାଲେସଠାରେ ଦୈନିକ ପୂର୍ବାହ୍ନ ୧୦ଘଟିକାଠାରୁ ଅପରାହ୍ନ ୫ଘଟିକା ୩୦ ମିନିଟ ମଧ୍ୟରେ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି। ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ପାଇଁ ଇଚ୍ଛୁକ ବ୍ୟକ୍ତି www.baliyatra.net ୱେବ୍ସାଇଟରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ଆଉ ଅଳ୍ପ ଦିନ ବାକି ଥିବାରୁ ଶେଷ ସମୟରେ ଭିଡ଼ ଏଡାଇବା ନିମନ୍ତେ ଯଥାଶୀଘ୍ର ପଞ୍ଜୀକରଣ କରାଇନେବକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।