ପିଏମ କିସାନ ସମ୍ମାନ ନିଧି ପ୍ରଦାନ ଉତ୍ସବ ପାଳିତ

ବାଲେଶ୍ଵର (ସରାେଜ ପଣ୍ଡା): ପ୍ରଭାତ ୧୦ଟାରେ ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପିଏମ କିସାନ ସମ୍ମାନ ନିଧି ପ୍ରଦାନ ଉତ୍ସବ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ ଓ ସେ ଏହାର ଅଧ୍ୟକ୍ଷତା କରିଥିଲେ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ବାଲେଶ୍ୱର ସଦର ଶ୍ରୀ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟକ, ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ  ଶ୍ରୀ ନାରାୟଣ ପ୍ରଧାନ ମଧ୍ୟ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍ତର ପ୍ରଦେଶର ବାରାଣସୀରୁ ଜାତୀୟ ସ୍ତରରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା  ଯେଉଁଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ କ୍ଲିକ୍ ଦ୍ୱାରା ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୨୦ତମ କିସ୍ତି  ରେ ଦେଶର ୯ କୋଟି ୭୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମୋଟ ୨୦,୫୦୦ କୋଟି ଟଙ୍କାର ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର କରିଥିଲେ। ବାଲେଶ୍ୱର ଜିଲ୍ଲାରେ ସର୍ବମୋଟ ୨,୪୩,୬୯୪ ଜଣ ହିତାଧିକାରୀ ଥିଲେ ସେଥିମଧ୍ୟରୁ ଭୋଗରାଇ ରେ ସର୍ବାଧିକ ୪୦୪୫୭, ଖଇରା ରେ ୨୬୧୪୪,ବାଲିଆପାଳ ରେ ୨୪୩୩୮,ସଦର ରେ ୨୧୨୦୭,ସିମୁଳିଆ ରେ ୧୯୬୬୪, ବସ୍ତା ରେ ୧୯୯୮୯,ଜଳେଶ୍ଵର ରେ ୨୧୧୯୯,ରେମୁଣା ରେ ୧୬୮୯୮,ବାହାନଗା ରେ ୧୫୪୧୨,ସୋରୋ ରେ ୧୫୧୪୫, ଓଉପଦା ରେ ୧୦୫୩୯ ଓ ନୀଳଗିରି ରେ ୧୨୭୦୨ ଜଣ ହିତଧିକାରୀ ଥିଲେ। ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତୁଷାରକାନ୍ତି ତୁଙ୍ଗ ସମସ୍ତ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରି ଉତ୍ସବ ର ସାର୍ଥକତା ବ୍ୟକ୍ତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ