ପିଏମ୍ ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ପିଏମ୍ ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ର୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ତଥା ସୁସାହିତ୍ୟିକ ଡ.ସୁଧାଂଶୁ ଶେଖର ନାୟକ, ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ନାରାୟଣ ରେଡ୍ଡି, ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ ସଭାପତି ଅନାଦି ଚରଣ ସେନାପତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜ୍ୟୋତି ରଞ୍ଜନ ପୃଷ୍ଟି, ୱାର୍ଡ ସଭ୍ୟ ସର୍ବେଶ୍ୱର ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଅଭୟ କୁମାର ପ୍ରଧାନ ମଞ୍ଚ ସଂଯୋଜନା, ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ଶିକ୍ଷକ ଅନ୍ତର୍ଯ୍ୟମୀ ପାତ୍ର ବାର୍ଷକ ବିବରଣୀ ପାଠ ଓ ଶିକ୍ଷକ ପଦ୍ମ୍ାବତୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯିବା ସହ ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ‘ଗୁରୁ ଗୌରବ’ ବିଦ୍ୟାବୃତ୍ତି ପ୍ରଦାନ କରାଯିବା ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅବିନାଶ ବାଇ, ମନୋଜ କୁମାର ଶଂଖୁଆ, ଚିନ୍ମୟ ନାୟକ, ଅଭିମନ୍ୟୁ ବାରିକ, ଭୈର ମାଝୀ, ଶିକ୍ଷୟିତ୍ରୀ ପ୍ରିୟମ୍ବଦା ରାଉତ, ପ୍ରଭାସିନୀ ବିଶ୍ୱାଳ, ମାନସୀ ସେଠୀ, ସ୍ଥିତିପ୍ରଜ୍ଞା ସେଠୀ, ସବିତା ସାହୁ, ବିଜୟ କୁମାର ସାହୁ, କମଳାକାନ୍ତ ଜେନା, ସ୍ୱର୍ଣ୍ଣଲତା ଆଇଚ, ଶିକ୍ଷା କର୍ମଚାରୀ ହରିହର ପଲେଇ, ଅନୁସୂୟା ବିଶ୍ୱାଳ, ସୁବାଶୀଷ ଜେନାଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।


