ମାଇଲ ଖୁଣ୍ଟ ସ୍ଥାପନ କଲା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଇଛା ଶକ୍ତି ସଙ୍ଗେ ସଙ୍ଗେ କୋଠର ପରିଶ୍ରମ ସଫଳତାର ମୂଳ ମନ୍ତ୍ର ବୋଲି ପ୍ରମାଣ କରିଛନ୍ତି ଦ୍ଵାଦଶ ବାଣିଜ୍ୟ ବିଭାଗର ଛାତ୍ର ଆଶୁତୋଷ ପଟ୍ଟନାୟକ। ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦୁଝର , ଭୁବନେଶ୍ବର ସମ୍ଭାଗ ସ୍ତରୀୟ ଦ୍ଵାଦଶ ଶ୍ରେଣୀ ବାଣିଜ୍ୟ ବିଭାଗରେ ୯୭.୪ ପ୍ରତିଶତ ନମ୍ବର ସହ ଶ୍ରୀ ପଟ୍ଟନାୟକ ପ୍ରଥମ ତିନି ଜଣଙ୍କ ମଧ୍ୟରେ ରହି କୃତିତ୍ଵ ହାସଲ କରିଛନ୍ତି । ଶ୍ରୀ ପଟ୍ଟନାୟକ ଙ୍କ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲ ରେ ବେସ ଆନନ୍ଦ ଖେଳାଇ ଦେଇଛି । ବିଦ୍ୟାଳୟର ଅଧକ୍ଷ ସୁଶାନ୍ତ କୁମାର ସାହୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଆଶୁତୋଷ ନିଶ୍ଚୟ ଦିନେ ବିଦ୍ୟାଳୟ ତଥା କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଦେବ, ଏ ଦୃଢ ବିଶ୍ବାସ ମୋର ଥିଲା । ଜିଲ୍ଲା ର ଅଧିଠାତ୍ରୀ ଦେବୀ ଆମ ସମସ୍ତଙ୍କ ଆଶା ପୂରଣ କରିଛନ୍ତି । ଆଶୁତୋଷ ଆଗକୁ ସଫଳତାର ଶୀର୍ଷକୁ ଯାଇ ଜିଲ୍ଲା କୁ ଗୌରବାନିତ କରୁ ବୋଲି  ପ୍ରଭୁ ବଳଦେବଜୀଉ ଙ୍କ ଠାରେ ପ୍ରଥନା କରୁ । ଆଶୁତୋଷ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଗ୍ରାମର ବାସିନ୍ଦା ଅଟନ୍ତି । ସେ ପିତା ସୁରେଶ କୁମାର ପଟ୍ଟନାୟକ ଓ ମାତା ( ଯିଏ କି ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ୟରତ) ଙ୍କ ପୁତ୍ର ଅଟନ୍ତି । ଆଗାମୀ ଦିନରେ ସେ ଜେନ ପ୍ରତିଷ୍ଠିତ ଚାର୍ଟର୍ଡ ଏକାଉନ୍ଟେନ୍ଟ ହେବାକୁ ଆଶା ରଖିଛନ୍ତି । ପ୍ରକାଶ ଥାଉ କି ଗତ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ର ଛାତ୍ରୀ ଇଷିତା ଭୂୟାଁ ଭୁବନେଶ୍ବର ସମ୍ଭାଗ ସ୍ତରରେ ପ୍ରଥମ ଶ୍ରେଣୀ ରେ ଉତ୍ତିର୍ନ ହେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ