ଜିଲ୍ଲା ସ୍ତରୀୟ ମଡେଲ ପାର୍ଲାମେଣ୍ଟରେ ପିଏମଶ୍ରୀ କୋରୋ ବିଦ୍ୟାଳୟ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରୀୟ ସୁରଭିର ମଡେଲ ପାର୍ଲାମେଣ୍ଟରେ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ ଓ ସସ୍ଥିର ଭବିଷ୍ୟତ ବିଲ -୨୦୨୫ ଉପରେ ଆଲୋଚନା କରିଥିଲେ। ବାଚସ୍ପତି ଭାବେ ମଧୁସ୍ମିତା ସାହୁ, ମୁଖ୍ୟମନ୍ତ୍ରୀ ଭାବେ ହରପ୍ରିୟା ରାଉତ, ପରିବେଶ ମନ୍ତ୍ରୀ ଭାବେ ସୁଚିସ୍ମିତା ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ହିମାଂଶୁ ବରାଳ, ବିରୋଧୀ ଦଳ ନେତା ଭାବେ ପ୍ରତ୍ୟୁଷା ଜେନା, ସ୍ୱାଧୀନ ବିଧାୟକ ଭାବରେ ନିବେଦିତା ବରାଳ, ଜୟପୁର ବିଧାୟକ ଭାବରେ ତୃପ୍ତି ମଞ୍ଜରୀ ଦାସ ଓ ମାର୍ଶାଲ ଭାବରେ ଓମ ପ୍ରକାଶ ବେହେରା ଗୃହ ଅଧିବେଶନରେ ଭାଗ ନେଇଥିଲେ। ତତ୍‌ସହିତ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ହସ୍ତକଳା, ପ୍ଲାଷ୍ଟିକ ବର୍ଜ୍ୟରୁ ଗୃହ ଉପକରଣ, ବିଭିନ୍ନ ଔଷଧୀୟ ବୃକ୍ଷ, ପୁଷ୍ଟିକର ମୁଗଗଜା ଓ ଲେମନ ଚା ବିତରଣ ଆଦିର ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତରରେ ପ୍ରସଂଶା କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର ଓ ବରିଷ୍ଠ କଳା ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସକ୍ରିୟ ତଥା ବଳିଷ୍ଠ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳ ହେଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ