ପିଏମ୍ ଶ୍ରୀ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ: ଚିକିଟୀର ପ୍ରଥମ ପିଏମ୍ ଶ୍ରୀ ଉତ୍ସବ

ଚିକିଟୀ (ଦୀପ୍ତି ରଞ୍ଜନ ପାଢ଼ୀ): ଚିକିଟୀ ଗଡ଼ ସ୍ଥିତ ପିଏମ୍ ଶ୍ରୀ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାମିନା ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା.  ଉକ୍ତ ଉତ୍ସବରେ ଚିକିଟୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପନ୍ନଗ ଭୂଷଣ ମାଝି ମୁଖ୍ୟବକ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ମିଶ୍ର, ତହସିଲଦାର ଶ୍ରୀଯୁକ୍ତ ବିଶ୍ୱରଞ୍ଜନ କହଁର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଭି. ମଣୀମାଳା, ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ପାଢ଼ୀ, ଚିକିଟୀ ମହାବିଦ୍ୟାଳୟର ଓଡ଼ିଆ ପ୍ରଫେସର ଡ. ସଞ୍ଜୟ କୁମାର ପଣ୍ଡା, ରାଜକବି ରାଧାମୋହନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତ୍ରିନାଥ ମଲ୍ଲିକ, ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିଗମାନନ୍ଦ ପଣ୍ଡା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତୀ ସୁଷମା ଗୌଡ଼ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜକବି ରାଧାମୋହନ ବିଦ୍ୟାପୀଠର ଶ୍ରୀ ସୁଧିର କୁମାର ପ୍ରଧାନ, ବାରାହି ବିଦ୍ୟାପୀଠର ଶ୍ରୀ ସମରଥ ବେହେରା, ରାଧାକାନ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟର ଶ୍ରୀ ବଳରାମ ଏବଂ ଚିକିଟୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶ୍ରୀମତୀ ନିବେଦିତା ପାଣିଗ୍ରାହୀ ପ୍ରମୁଖ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଚାରକ, ରାମଚନ୍ଦ୍ରପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଧର୍ମରାଜ ବେହେରା, ବ୍ରହ୍ମପୁର ଆଇଟିଆଇର ଦୁଇ ଜଣ କର୍ମଚାରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ଅଭିଭାବକ ଅଭିଭାବିକା ଏବଂ ଛାତ୍ରୀମାନେ ଉପସ୍ଥିତ ଥିଲେ ।  ମଞ୍ଚାସୀନ ସମସ୍ତ ଅତିଥିଙ୍କୁ ଉପଢୌକନ ଓ ପୁଷ୍ପ ଚାରା ଗଛ ଏବଂ ବିଚାରକମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଭାରତର ପ୍ରଥମ ଭାଷା ଭିର୍ତ୍ତିକ ରାଜ୍ୟ ଓଡ଼ିଶାର ଶତ ବାର୍ଷିକ ଆସନ୍ତା ୨୦୩୬ ମସିହାରେ ହେବାକୁ ଯାଉଛି । ଏଭଳି ଏକ ଉତ୍ସବ କରି ଶିକ୍ଷାର୍ଥୀଙ୍କ ମନରେ ସାହିତ୍ୟର ସୃଜନ, ବିଭିନ୍ନ ବିଷୟକୁ ଜାଣିବାର ଇଚ୍ଛା, ନୂଆ କୌଶଳ ଏବଂ ସମଗ୍ର ବିଶ୍ୱରେ ତାହାକୁ ପ୍ରଦର୍ଶନ କରିବା ସହ ନୂଆ ଶୈଳୀରେ କିପରି ବ୍ୟବସାୟ କରାଯିବ ଏଥି ପାଇଁ ଓଡ଼ିଶା ସରକାରଙ୍କ ଭିଜନ@୨୦୩୬ ଏକ ଭଲ ପଦକ୍ଷେପ ଏବଂ ଏହାକୁ ସଫଳତାର ସହ କିପରି ସମ୍ପାଦନା କରିବା ତାହା ଆମର ଦ୍ୱାୟିତ୍ୱ ବୋଲି ମଞ୍ଚାସୀନ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ । ବିଚାରକମାନଙ୍କ ଦ୍ୱାରା ଆକାଂକ୍ଷୀ ମେଳାରୁ ବିଷୟ ଗତ ୫ଟି ପ୍ରକଳ୍ପ, ଆକାଂକ୍ଷୀ ପରିଷଦର ଚାରୋଟି କ୍ଲବ ଯଥା ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ, ଜିଜ୍ଞାସା ଓ କୌଶଳୀରୁ ୫ଟି ଲେଖାଏଁ ମୋଟ ୨୦ଟି ପ୍ରକଳ୍ପ ଏବଂ ଦୋକାନ ଯାତ୍ରାରୁ ୫ଟି ପ୍ରକଳ୍ପକୁ ଚୟନ କରି କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କୁ ଓଡ଼ିଶାର କଳା ଓ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଗାୟକ ଶ୍ରୀ ଶିବପ୍ରସାଦ ଗୌଡ଼ ଏବଂ ତାଙ୍କ ସହଯୋଗୀ ବିଭିନ୍ନ ଛନ୍ଦ ଓ ଅଳଙ୍କାର ପରିବେଷଣ କରିଥିଲେ । ପରେ ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ ହୋଇଥିଲା ।   କାର୍ଯ୍ୟକ୍ରମ ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରୀଙ୍କ ସହଯୋଗରେ ଉତ୍ସବଟି ସୂଚାରୁ ରୂପେ ସମ୍ପାଦନ ହୋଇପାରିଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ