ପ୍ରଧାନମନ୍ତ୍ରୀ ଆବାସ ଗୃହ ସାତ ସପନ : ଭଙ୍ଗା ଦଦରା ଘରେ ବିତୁଛି ଜୀବନ
କୋକସରା,(ଗଣେଶ କୁମାର ଭାଟି ): ଅତି ଗରିବ ନିରୀହ ବାସ ହୀନ ପରିବାର ଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ତିଆରି ହୋଇଛି ଆବାସ ଯୋଜନା l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆବାସ ଗୃହ ଯୋଗାଇ ଦେଇ ଆସିଥିବା ବେଳେ। ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ପ୍ରକୃତ ଯୋଗ୍ୟ ହିତାଧିକାରୀ ଆବାସ ଗୃହ ଯୋଜନାରେ ଘର ଖଣ୍ଡେ ପାଇ ନପାରି ଫଳରେ ବାଧ୍ୟ ହୋଇ ଭଙ୍ଗା ଦଦରା କୁଡିଆରେ ଜୀବନ ଅତିବାହିତ କରୁଥିବା ଚିତ୍ର ସାମ୍ନା କୁ ଆସିଛି । ଏଭଲି ଏକ ଚିତ୍ର କୋକସରା ବ୍ଲକ ମହିମା ପଞ୍ଚାୟତ ଅନ୍ତର୍ଗତ ମାଳ ପଡା ଗ୍ରାମରୁ ଆସିଛି । ଗ୍ରାମର ପରୀକ୍ଷିତ ନାଏକ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଥର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହେଉଛି। ଏମିତି କି ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ ଦାଖଲ କରିଛନ୍ତି । କେବଳ ତାଙ୍କୁ ଆଶ୍ୱାସନା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇ ରହିଛି। ପରୀକ୍ଷିତ ନାଏକ ବର୍ତ୍ତମାନ ପକ୍ଷ୍ୟଘାତ ରୋଗରେ ଆକ୍ରାନ୍ତିତ ହୋଇଛନ୍ତି । ତାଙ୍କର ପୁଅ ବୋହୁ ସ୍ତ୍ରୀ କେହି ନାହାନ୍ତି କେବଳ ତାଙ୍କର ଅବିବାହିତ ନାତି ହିଁ ସାହା ଭରଷା । ଯାହାକୁ ନେଇ ବିର୍ସା ଆମ୍ବେଦକର ଫୁଳେ ସଚେତନ ସଂଗଠନ କର୍ମୀ ବୁଧବାର ଦିନ ପରୀକ୍ଷିତ ଙ୍କୁ ଭେଟି ପ୍ରଶାସନ ତୁରନ୍ତ ତଦନ୍ତ କରି ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।


