କବି ଡ.ଅଶୋକ ପୁହାଣଙ୍କୁ ଅକ୍ଷୟ ସ୍ମାରକୀ କବିତା ସମ୍ମାନ
ହାଟଡିହି (ଓ୍ବାଇଏନଏସ) ପୁନର୍ନବା ସାହିତ୍ଯ ସଂସଦର ୪୫ ତମ ,ବସୁଧୈବ ସାହିତ୍ଯ ସଂସ୍କୃତି ଅନୁଷ୍ଠାନର ୩୮ତମ ତଥା ସୁରେନ୍ଦ୍ର ଗବେଷଣା ଏକାଡେମୀର ୧୭ ତମ ମିଳିତ ବାର୍ଷିକ ଉତ୍ସବରେ କବି ଡ.ଅଶୋକ କୁମାର ପୁହାଣଙ୍କୁ ତାଙ୍କର ସାମଗ୍ରିକ କବିତା ସଙ୍କଳନ ପାଇଁ ଓଡିଶାର ବିଶିଷ୍ଟ ସଙ୍ଗୀତ ନିର୍ଦେଶକ, ସାହିତ୍ଯିକ ତଥା ଅକ୍ଷୟ ମହାନ୍ତିଙ୍କ ନାମରେ ନାମିତ ଅକ୍ଷୟ ସ୍ମାରକୀ କବିତା ସମ୍ମାନ ପ୍ରଦାନ କରାଯାଇଛି। ବାଣୀପୀଠ ଶ୍ରୀରାମ ଚନ୍ଦ୍ର ଭବନ, କଟକ ଠାରେ ଓଡିଶାର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ, ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ଙ୍କ ଉପସ୍ଥିତରେ କବି ଡ.ଅଶୋକ କୁମାର ପୁହାଣ ଙ୍କୁ ଏ ସମ୍ମାନ ପ୍ରଦାନ କରାଯାଇଥିଲା । ଏ ସଭାର ସଭାପତି ପ୍ରଫେସର ତରୁଣ କୁମାର ସାହୁ ଓ ସମ୍ପାଦକ ଡ. ପ୍ରକାଶ ପରିଡା କବି ଡ.ଅଶୋକ ପୁହାଣଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।


