କବିତା ସଙ୍କଳନ “ଶୂନ୍ୟବାହୁ” ଉନ୍ମୋଚିତ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରବିବାର ଅପରାହ୍ନ ରେ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବ ରେ ଆୟୋଜିତ ସ୍ଵତନ୍ତ୍ର ସାହିତ୍ୟ ଆସର ରେ କବି ଉମାକାନ୍ତ ବେହେରା ଙ୍କ କବିତା ସଙ୍କଳନ ଶୂନ୍ୟବାହୁ ର ପାଠକାଅର୍ପଣ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭ ରେ ପଣ୍ତିତ ରଙ୍ଗାଧର ବେହେରା ଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ଯରେ ଅତିଥିମାନେ କେନ୍ଦୁଝର ର ରାଷ୍ଟ୍ରଦେବତା ମହାପ୍ରଭୁ ଶ୍ରୀବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାଆ ତାରିଣୀ ଙ୍କ ପ୍ରତିକୃତି ରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଧୂପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। କବିପତ୍ନୀ ଶ୍ରୀମତୀ ଜୟନ୍ତୀ ସାହୁ  ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ପାଦକ ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଉମାକାନ୍ତ ବେହେରା ଙ୍କ ଆଲୋକିତ ସୃଜନ ଜୀବନ କାମନା କରିଥିଲେ। ଉନ୍ମୋଚିତ କବିତା ସଙ୍କଳନ ର କବି ଉମାକାନ୍ତ ବେହେରା ମିଳନୀକୁ ତାଙ୍କ ସୃଜନ ଜୀବନ ର ଉତ୍ସବୋଲି ସ୍ଵୀକୃତି ଦେଇଥିଲେ। କବି ଚିନ୍ତାମଣି ମହାଳିକ ଉନ୍ମୋଚିତ କବିତା ସଙ୍କଳନ ର ପୁଂଖାନୁପୁଙ୍ଖ ଆଲୋଚନା କରିଥିଲେ। ଡ଼କ୍ଟର୍ ମାଧବ ଚନ୍ଦ୍ର ମିଶ୍ର ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ କେନ୍ଦୁଝରର ସାରସ୍ୱତ ଅସ୍ମିତା ସଂପର୍କ ରେ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ। ପଣ୍ତିତ ଭଗବାନ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ କବି ଉମାକାନ୍ତ ବେହେରାଙ୍କ ସୃଜନ ଜୀବନ ସଂପର୍କ ରେ ସୂଚୀତ କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ରେ ଉତ୍ତର ଆଧୁନିକ କାବ୍ୟ ପରମ୍ପରା ରେ କବି ଉମାକାନ୍ତ ବେହେରାଙ୍କ କାବ୍ୟ ସୃଜନ କୁ ସମୃଦ୍ଧ ସଂଯୋଜନ ବୋଲି ଅଭିହିତ କରିଥିଲେ। ବହୁ କବି, ସାହିତ୍ୟିକ ଓ ବୁଦ୍ଧିଜୀବୀ ଙ୍କ ଉପସ୍ଥିତି ରେ ସଭା ମୁଖର ହୋଇ ଉଠିଥିଲା। ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ