ସୃଜନ ସାହିତ୍ୟ ସଂସଦର କବିତା ଆସର
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ କବି ଡ଼ଃ.ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ୨୦୨୫ ବର୍ଷର ଶେଷ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ସମ୍ପାଦକ ସୋମନାଥ ସାହୁ, ଶିଶୁକବି ନିରଞ୍ଜନ ତ୍ରିପାଠୀ, ଜି. ପାପା ରାଓ, ବିଜୟ ରାଉଳ, ଯତିରାଜ ନାୟକ ମଞ୍ଚାସିନ ହୋଇଥିଲେ l ନୂତନ ଇଂରାଜୀ ବର୍ଷ ୨୦୨୬ରେ କବିଙ୍କ ଲିଖନୀ ମାଧମରେ ଓଡ଼ିଆ ସାହିତ୍ୟର ବିକାଶଧାରାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଏବଂ ସୁନ୍ଦର ଗଳ୍ପ, କବିତା, ପ୍ରବନ୍ଧ ଓ ଉପନ୍ୟାସର ରଚନା କରିଲେ ଏହା ପାଠକ ମହଲରେ ଖୁବ୍ ଆଦୃତ ହୋଇପାରିବ ବୋଲି ଉପସ୍ଥିତ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ସଭାପତି ନିଜ ଅଭିଭାଷଣରେ ଅନୁରୋଧ କରିଥିଲେ l ସମ୍ପାଦକ ସୋମନାଥ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ l କାର୍ଯ୍ୟକ୍ରମରେ କବି ନିରଞ୍ଜନ ତ୍ରିପାଠୀ,ଶୈଳବାଳା ପାଣିଗ୍ରାହୀ, ଉମାକାନ୍ତ ବେହେରା, ଯତିରାଜ ନାୟକ, ବଳରାମ ପଲେଇ, ଟି. ରାମାନୁଜ ଦାସ, ବିଜୟ ରାଉଳ, ଜି. ପାପା ରାଓ, ଅଶ୍ୱିନୀ ଚୌଧୁରୀ, ଟଙ୍କଧର ଛଟାଇ,ଚିତ୍ତରଞ୍ଜନ ପଣ୍ଡା , ରାମଚନ୍ଦ୍ର ନନ୍ଦ, ନରେନ୍ଦ୍ର ପଣ୍ଡା , ରୀତା ରଥ ଏବଂ ଆହୁରି ଅନେକ ସାହିତ୍ୟ ପ୍ରେମୀ ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l କବି ବିଜୟ ରାଉଳ କାର୍ଯ୍ୟକ୍ରମର ସଂଯୋଜନା ଏବଂ ଶିଶୁକବି ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l


