ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ମରୈଗାଁ ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ପକ୍ଷରୁ  ୬ଷ୍ଠତମ ବାର୍ଷିକ ଉତ୍ସବ ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ମାଗୁଣି ଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍‌ ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ପାଲାକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଆନନ୍ଦପୁର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ଯକ୍ଷ ରମାକାନ୍ତ ନାୟକ ଯୋଗଦେଇ କବିମାନେ ପରସ୍ପରିକ ସ୍ନେହ, ସଦଭାବ ଓ ସୌହାଦ୍ଵାପୂର୍ଣ୍ଣ ବାତାବରଣରେ କବିତା ମାନ ରଚନା କଲେ ତାହା ଜନ ମାନସକୁ ସ୍ପର୍ଶ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥୂ ପରିଚୟ ପ୍ରଦାନ କରିଥିଲେ। ରମାକାନ୍ତ ଜେନା, ହାସ୍ୟମୟୀ ରାଜ, ଦୀପ୍ତି ଦେବ ଦର୍ଶୀନି ସୂତାରଙ୍କ ସଂଯୋଜନାରେ ଅନୁଷ୍ଠିତ  କବିତା ଆସରରେ ଅନ୍ତର୍ଯ୍ୟାମ  ରାଉତ, ଅମୂଲ୍ୟ ମିଶ୍ର, ଅଧ୍ୟାପକ ରବୀନ୍ଦ୍ର ବିଶ୍ୱାଳ, ହେମନ୍ତ କୁମାର ନାୟକ, ନିର୍ମଳ ମଲ୍ଲିକ, ପ୍ରଭଞ୍ଜନ ଦାଶ, ଧୃବାନନ୍ଦ ସେଠୀ, ପୂର୍ଣ୍ଣଚନ୍ଦ୍ର ଦାଶ, ସାବିତ୍ରୀ ଜେନା, ସ୍ନିଗ୍ଧା ରାଣି ଘଡ଼େଇ, ବଳରାମ ଜେନା, ମୁରଲୀଧର ବେହେରା, ସୁରେନ୍ଦ୍ର ପରିଡା, ନାରାୟଣ ସାହୁ, ଗୌରାଙ୍ଗ ଆୟଚ, ରମାକାନ୍ତ ଜେନା, ହରିହର ସାମଲ, ଗଣେଷ ପ୍ରସାଦ କରଶର୍ମା, ଜଗନ୍ନାଥ ପାତ୍ର,  ସୁରେନ୍ଦ୍ର ପରିଡାଙ୍କ ସମେତ ବହୁ କବି ଓ କବୟିତ୍ରୀ ମାନେ ନିଜ ନିଜର ସ୍ୱରଚିତ କବିତା ମାନ ଆବୃତ୍ତି କାରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ