ପୋଲିସ ସଜାଗ : ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡାକଡ଼ି ପେଟ୍ରୋଲିଂ

ଛତ୍ରପୁର (ଓ୍ବାଇଏନଏସ) :   ଯୁଦ୍ଧକୁ ନେଇ ଗଞ୍ଜାମ ପୋଲିସ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୃହ ବିଭାଗ ପକ୍ଷରୁ କୋଷ୍ଟାଲ ଅଞ୍ଚଳରେ କଡା କଡୀ ପେଟ୍ରୋଲିଙ୍ଗ କରାଯିବା ଲାଗି ନିର୍ଦେଶ ନାମା ଆସିବା ପରେ ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ପୋଲିସ ଜିଲ୍ଲାରେ ଥିବା ମେରାଇନ ପୋଲିସ ପକ୍ଷରୁ ସମୁଦ୍ର ଉପକୂଳ ବର୍ତ୍ତୀ ଅଂଚଳରେ ୩୩ କିଲୋମିଟର ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ କଡା କଡୀ କରାଯାଇଛି । ରାତ୍ର ସମୟରେ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ପକ୍ଷରୁ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡେଇ ଙ୍କ ନେତୃତ୍ୱରେ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅଧିକାରିଣୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ସବୁ ଷ୍ଟାଫ ମାନେ ହରିପୁର ରୁ ପ୍ରୟାଗି ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ କଡା କଡୀ କରାଯାଇଛି। ସ୍ଥଳପଥ ସମେତ ଜଳ ପଥ ରେ ମଧ୍ୟ ଆକ୍ରମଣର ଆଶଙ୍କା ରହିଥିବାରୁ ଏହି ପେଟ୍ରୋଲିଙ୍ଗ କଡା କଡୀ କରାଯିବା ଦେଖିବାକୁ ମିଳିଛି । ଏନେଇ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ କଡାକଡି ପେଟ୍ରୋଲିଙ୍ଗ କରାଯାଉଥିବା ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଯେହେତୁ ଛତ୍ରପୁର ଉପକଣ୍ଠ ର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟ, ଭାରତୀୟ ବିରଳ ମୃତ୍ତିକା, କୋଷ୍ଟ ଗାର୍ଡ ଓ ଗ୍ରାସୀମ କମ୍ପାନୀ ରହିଥିବାରୁ ସେଗୁଡିକର ସୁରକ୍ଷା ପାଇଁ ସୁରକ୍ଷା ଫୋର୍ସ କୁ ସଜାଗ ହୋଇ ରହିବା ପାଇଁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ