ବେଆଇନି ବାଲି ପରିବହନ ବେଳେ ପୁଲିସ ଓ ଖଣି ବିଭାଗର ଚଢ଼ାଉ:୧୯ ବାଲି ବୋଝେଇ ଗାଡ଼ି ଜବତ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ବେଢାଡ଼କ ଭାବେ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଗତ କିଛିଦିନ ତଳେ ଡ଼ିମିରିଆ ବାଲି ଘାଟରେ ଚଢ଼ାଉ କରାଯାଇ ତିନୋଟି ହାଇୱା, ଦୁଇଟି ପ୍ରୋକଲିନ ମେସିନ ଜବଦ କରାଯାଇଥିଲା। ଏହାପରେ ବାଲି ଉତ୍ତୋଳନ ଓ ପରିବହନ ଉପରେ ଟିକେ ଅଙ୍କୁଶ ଲାଗିଥିଲା। କିନ୍ତୁ ୬/୭ ଦିନର ନୀରବତା ପରେ ପୁନର୍ବାର ବେଧଡକ ପରିବହନ ଆରମ୍ଭ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଖଣି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରା ଯାଇଛି। ଏଥର ଘାଟରେ ନୁହେଁ ବାଟରେ ଚଢ଼ାଉ କରାଯାଇଥିଲା।  ଅଣା ସମଣା ରାସ୍ତାରେ ବାଲି ପରିବହନ ହେଉଥିବା ବେଳେ ଅତର୍କିତ ଚଢ଼ାଉ କରାଯାଇଥିଲା। ୧୯ଟି ବାଲି ବୋଝେଇ ହାଇୱା ଜବଦ କରାଯାଇଥିଲା। ଅନେକ ଗାଡି ଚଢ଼ାଉ ଖବର ପାଇ ଭିନ୍ନ ରାସ୍ତାରେ ଲୁଚି ଯାଇଥିବା ବେଳେ କିଛି ଗାଡି ବାଲି ଅନଲୋଡ଼ କରି ପଳାଇ ଥିଲେ। ଗାଡି ଗୁଡିକ ଜବଦ କରିବା ବେଳେ ଚାଳକ ମାନେ ଦୌଡ଼ି ପଳାଇ ଯିବାରୁ ଗାଡି ଗୁଡିକ ଥାନା ପରିସରକୁ ନେବାକୁ ପୋଲିସ କୁ ନାକେଦମ ହେବାକୁ ପଡିଥିଲା। ଆଜି ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ ଗାଡିକୃ ଥାନା ପାଖକୁ ନେବାରେ ପୋଲିସ ଲାଗିପଡିଥିଲା। ଆଜିର ଏହି ଚଢ଼ାଉରେ ଆନନ୍ଦପୁର ଏସ ଡି ପି ଓ, ପ୍ରଶାନ୍ତ ବେହେରା, ଥାନା ଆଇ ଆଇ ସି ଧର୍ମେନ୍ଦ୍ର ଶାନ୍ତି, ଇନ୍ସପେକ୍ଟର ବଳିଆ ବାରିକ, ଏ ଏସ ଆଇ ଗୋପାଳ କୃଷ୍ଣ ମିଶ୍ର, ସୁଷମା ସେଠି ଙ୍କ ସମେତ ଖଣି ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ। ଏନେଇ ଥାନାରେ ୧୯ଟି ମାମଲା ରୁଜୁ କରାଯାଇଛି ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ