ନାବାଳିକା ଙ୍କୁ ଅସଦାଚରଣ ଅଭିଯୋଗ ଅଭିଯୁକ୍ତକୁ ଗିରଫ କଲା ପୋଲିସ
କାକଟପୁର/ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ନାବାଳିକା ଝିଅ ସକାଳ ୮ଘଟିକା ସମୟରେ ନିଜ ଘରୁ ଏକ କଲଗେଟ ଆଣିବାକୁ ନିକଟବର୍ତ୍ତୀ ଦୋକାନ କୁ ଯାଉଥିବା ବେଳେ ଶୂନଶାନ ରାସ୍ତାର ସୁଯୋଗ ନେଇ ଯୁବକ ଜଣକ ନାବାଳିକା ଝିଅର ମୁହଁରେ ଗାମୁଛା ଦେଈ ଭିଡାଓଟରା କରୁଥିବା ବେଳେ ଘଟଣା ସ୍ଥଳରେ ଝିଅର ମା ପହଂଚି ନାବାଳିକା କୁ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରୁ ଯୁବକ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ କାକଟପୁର ପୋଲିସ ଗିରଫ କରିଛି ଯୁବକଙ୍କୁ। ଖବର ମୁତାବକ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ୧୩ବର୍ଷୀୟ ନାବାଳିକା ଝିଅ ନିଜ ଘରୁ ଚାଲି ଚାଲି ଗ୍ରୋସରୀ ଦୋକାନକୁ ସଉଦା ପାଇଁ ଯାଉଥିବା ବେଳେ ଘର ଠାରୁ କିଛି ଦୂରରେ ଥିବା କଲଭେଟ ନିକଟରେ ଯୁବକ ଜଣକ ଗାମୁଛା ଦେଈ ପାଖୁଡି କିଆରୀ କୁ ଘୋଷାଡ଼ି ନେଲା ବେଳେ ଝିଅଟିଏ ବଡ଼ ପାଟିରେ ଚିତ୍କାର କରିବାରୁ ଝିଅର ମା “ଦୌଡ଼ି ଯିବା ବେଳକୁ ଯୁବକ ଜଣକ ନାବାଳିକା କୁ ପାଖୁଡି କିଆରୀରେ ଛାଡି ଦୌଡ଼ି ପଳାଇ ଥିଲେ। କିନ୍ତୁ ଏକ ଗାଡି ଛାଡି ଯାଇଥିଲେ। ଏ ନେଇ ନାବାଳିକା ଝିଅର ମା “କାକଟପୁର ଥାନାରେ ମଙ୍ଗଳବାର ଦିନ ଅଭିଯୋଗ କରିବା ପରେ ପୋଲିସ ଘଟଣା ତଦନ୍ତ କରି ଅଭିଯୁକ୍ତ ଅସଦାଚରଣ ଅଭିଯୋଗ ରେ ୮ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସନ୍ତୋଷ ନାୟକ ଓରଫ ହାପି (୩୫) ଙ୍କୁ କାକଟପୁର ଥାନା କେଶ ନମ୍ବର ୨୯୪/୨୫ମାମଲା ରୁଜୁ କରିବା ଶହ ପୋକ୍ସ ଆକ୍ଟ, ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨), ୧୨୭(୨), ୧୧୫(୨), ୭୪, ୭୫, ୩୫୧(୨)ମାମଲା ରୁଜୁ କରି ଅଦାଲତ ଚାଲାଣ କରାଯାଇଛି ବୋଲି କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ଘଟଣା ସ୍ଥଳରୁ ସୋମବାର ପୂର୍ବାହ୍ନ ସମୟରେ କାକଟପୁର ପୋଲିସ ବ୍ଲୁ ରଙ୍ଗର ହିରୋ ଗ୍ଲାମର ଏକ୍ସ ଗାଡି ଜବତ କରିଛି।