ପୋଲିସ କନେଷ୍ଟବଳଙ୍କୁ ଆକ୍ରମଣ, ଜଣେ ଗିରଫ
ହାଟଡିହି (ଓ୍ବାଇଏନଏସ): ପୋଲିସ କନେଷ୍ଟବଳଙ୍କୁ ଆକ୍ରମଣ କରିବା ଅଭିଯୋଗରେ ନନ୍ଦିପଦା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ଜଣା ଯାଇଛି କି, ନନ୍ଦିପଦା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରାଜେନ୍ଦ୍ର ଜେନା ଗତ ସୋମବାର ବିଳମ୍ବିତ ରାତିରେ ଡିଉଟି ସାରି ନିଜ ଘର ଛେନାପଦି ଛକକୁ ଫେରୁଥିବା ବେଳେ ଅଣା ଛକରେ ବସିଥିବା କିଛି ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ। କନେଷ୍ଟବଳ ଜଣଙ୍କ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ନନ୍ଦିପଦା ପୋଲିସ ଥାନା କେସ ନଂ ୧୨୯/୨୦୨୬ରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରି ଗୁହାଳ ଗଡିଆ ଗ୍ରାମର ଦିଲୀପ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି।


