ପୁଲିସ ପକ୍ଷରୁ ଗଣଦୈାଡ
ଛତ୍ରପୁର (ଓ୍ବାଇଏନଏସ): ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଗଞ୍ଜାମ ପୁଲିସ ଜିଲା ପକ୍ଷରୁ ଗଣଦୈାଡ କାର୍ଯ୍ୟକ୍ରମ ଅନୁ ିତ ହୋଇଥିଲା । ଏଥିରେ ଗଞ୍ଜାମ ପୁଲିସ ଜିଲାର ଅତିରିକ୍ତ ଏସପି ରଞ୍ଜିତ କୁମାର ପୃଷ୍ଟି ଯୋଗଦଇ ଏହାର ଶୁଭାରମ୍ଭ କରିଥିଲେ । ଛତ୍ରପୁର ସ୍ଥିତ ପୁଲିସ ଆରଆଇ କାର୍ଯ୍ୟାଳୟ ନିକଟରୁ ବାହାରି ଜିଲାପାଳ ବାସଭବନ,ଡିଆରଡିଏ,କଲେଜ ଛକ ହୋଇ ଗନ୍ତବ୍ୟ ସ୍ଥଳରେ ପହଂଚିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରିଜର୍ଭ ଇନିସପେକ୍ଟର ଅମୁଲ୍ୟ ନାୟକ ପରିଚାଳନା କରିବା ସହ ଏଥିରେ ବହୁ ପୁଲିସ କର୍ମଚାରୀ ଏହି ଗଣ ଦୈାଡରେ ସାମିଲ ହୋଇଥିଲେ । ରାଷ୍ଟ୍ରୀୟ ଏକତା ପାଇଁ ଏହି ଗଣ ଦୈାଡର ମୁଖ୍ୟ ଉଦେଶ୍ୟ ।