ଜୁଆଖେଳରେ ପୋଲିସ ଚଢାଉ:୨୧ ଜୁଆଡ଼ି ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ଓଡ଼ିଆ ସାହିରେ ଚାଲିଥିବା ଜୁଆଖେଳରେ ଦିଗପହଣ୍ଡି ପୋଲିସ ଟିମ୍ ଚଢ଼ାଉ କରି ୨୧ ଜୁଆଡି ଙ୍କୁ ଗିରଫ କରିବାସହ ୫୧,୧୩୦ ଟଙ୍କା,୧୭ ଟି ମୋବାଇଲ ଫୋନ୍ ଓ ତାସମୁଠା ଜବତ କରିଛନ୍ତି।ଶୁକ୍ରବାର ରାତି ପ୍ରାୟ ୧୦ ଟାରେ ସାହିରେ ଜୁଆଖେଳ ଚାଲିଥିବା ଖବରପାଇ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଜୁଆଖେଳ ରେ ଚଢାଉ କରିଥିଲେ।ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କ ଏତଲା କ୍ରମେ ଥାନା ମାମଲା ନଂ.୩୫୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଏଏସଆଇ ମନୋଜ ସିଂ ଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ