ବାରାହୀ ହାଇସ୍କୁଲ ରେ ଛାତ୍ର ପୁଲିସ ବାହିନୀ ଶିକ୍ଷାର୍ଥୀ କାର୍ଯ୍ୟକ୍ରମ
ହାଟଡିହି,(ବିକାଶ ବିଶ୍ୱାଳ): ବାରାହୀ ହାଇସ୍କୁଲ ରେ ଛାତ୍ର ପୁଲିସ ବାହୀନି ଶିକ୍ଷାର୍ଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଆଲମଣି ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ଏସଡି ପିଓ ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ବଞ୍ଚୋ ପଞ୍ଚାୟତ ର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପରିଚାଳନା କମିଟି ସଦସ୍ୟ ଶିକ୍ଷାବିତ ପଞ୍ଚାନନ ପଟ୍ଟନାୟକ, ଭରତ ଚନ୍ଦ୍ର ରାଉତ, ପ୍ରମିଳା ବରାଳ, ରଞ୍ଜନ କୁମାର ରଣା ପ୍ରମୁଖ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ଯାହା କରିବା ଆବଶ୍ୟକ ତାହା କର ଯାହା ଅନାବଶ୍ୟକ ତାହା କର ନାହିଁ, ପାଠପଢି ସମାଜରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବିଶେଷ କରି ମୋବାଇଲ୍ ଅପ ବ୍ୟବହାର ରୋକିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସହ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ୍ର ଛାତ୍ରୀ ମାନେ କିପରି ପୁଲିସ ଭଳି କାମ କରିପାରିବେ ତାହା ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ବିଧୁ ଭୂଷଣ ପୁହାଣ ମଞ୍ଚ ସଂଯୋଜନା କରିଥିବା ବେଳେ ଜୟଲକ୍ଷ୍ମୀ ମିଶ୍ର, ଜ୍ୟୋତ୍ସ୍ନାମୟୀ ଭଞ୍ଜ, ମିତାରଣୀ ବିଶ୍ଵାଳ, ମାମିନା ଜେନା, ପ୍ରୟାସ ପ୍ରଧାନ, ଅବକାଶ ଜେନା, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ। ରାଜ୍ଯ ସରକାର ଏହି କାର୍ଯ୍ୟକ୍ରମ କରିବା ପାଇଁ କରୋନା ପୁର୍ବରୁ ଅନୁଦାନ ଯୋଗାଇ ଦେଇଥିଲେ ମଧ୍ଯ ଗାଇଡ ଲାଇନ ଦେଇ ନଥିବାରୁ କାର୍ଯ୍ୟକ୍ରମ ହୋଇ ପାରୁ ନଥିଲା ବୋଲି ପ୍ରଧାନ ଶିକ୍ଷୟତ୍ରୀ ଆଲମଣୀ ସେଠୀ କହିଥିଲେ।