ଦୁର୍ଗାପୂଜା ଓ ରାବଣପୋଡ଼ି ପାଇଁ ପୁଲିସ ପକ୍ଷରୁ ବୈଠକ

 ହାଟଡିହି,(ଓ୍ବାଇଏନଏସ) : ହାଟଡିହି ବ୍ଳକର କାହାଳିଆଗଡିଆ ଓ କୁରାଢିଘଷା ଗ୍ରାମରେ ଦୁର୍ଗାପୂଜା ଓ ରାବଣପୋଡ଼ି ହେଉଥିବାରୁ ଏହାକୁ କିପରି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେନେଇ ପୋଲିସ୍ ଓ ପୂଜା କମିଟି ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବ ନିଯୁକ୍ତ ସୋସୋ ଥାନା ଅଧିକାରୀ ଶିବଶଙ୍କର ଆଲଦାଙ୍କ ଅଧ୍ୟକ୍ଷତାରେ କୁରାଢିଘଷା ମଣ୍ଡପରେ  ଅନୁଷ୍ଠିତ ବୈଠକରେ ଦୁଇ ଗ୍ରାମର ଦୁର୍ଗାପୂଜା କମିଟି ସଦସ୍ୟ ଓ କୁରାଢୀଘଷାର ରାବଣ ପୋଡି କମିଟି ସଦସ୍ୟ  ଏବଂ ଗ୍ରାମବାସୀ ଯୋଗଦେଇଥିଲେ। ପୂଜା ଓ ରାବଣ ପୋଡି ଉତ୍ସବକୁ କିଭଳି ଶାନ୍ତିଶୃଙ୍ଖଳାରେ  ପାଳନ କରାଯିବ ସେ ନେଇ   ଆଲୋଚନା ହୋଇଥଲା। ପରେ ପୂଜା କମିଟି ସଦସ୍ୟଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା।  ଶିବ ପ୍ରସାଦ ବେହେରା, ଲିପୁନା ବେହେରା, କୁଳମଣି ବେହେରା, ସୁରନ୍ଦ୍ର ବେହେରା, ମାଧବାନନ୍ଦ ବେହେରା, ସନ୍ତୋଷ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ