ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରିୟତା

କେନ୍ଦ୍ରାପଡ଼ା,:ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ମାର୍ଶାଘାଇ ଥାନା ପୋଲିସର ନିଷ୍କ୍ରିୟତା ଯୋଗୁଁ ଆକ୍ରମଣକାରୀ ସମଗ୍ର ପରିବାରଜନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ପରେ ଜିଲ୍ଲାପାଳ ଏବଂ ଏସପିଙ୍କ ନିକଟରେ ପରିବାରର ସୁରକ୍ଷା ଲୋଡିଥିଲେ ମାନସରଞ୍ଜନ ଆଚାର୍ଯ୍ୟ। ପରିବାରକୁ ସୁରକ୍ଷା ପ୍ରଦାନ କରାନଯିବା ଓ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଯୋଗୁଁ ଅଭିଯୁକ୍ତ ଏବେ ମାରଣାସ୍ତ୍ର ଧରି ବୁଲୁଛନ୍ତି। ଯେକୈାଣସି ମୁହୂର୍ତ୍ତରେ ମାନସଙ୍କ ପରିବାର ପରିଜନଙ୍କ ଉପରେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଅଭିଯୁକ୍ତ ଉଦ୍ୟମ କରିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ତାଙ୍କ ପରିବାର ଲୋକେ ଏବେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଭୟରେ ମାନସଙ୍କ ପରିବାର ବାହାରକୁ ବାହାରିପାରୁ ନାହାନ୍ତି। ଏଭଳି ଅବସ୍ଥାରେ ତାଙ୍କ ପରିବାରକୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ମାନସ ବାଧ୍ୟ ହୋଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଅପ୍ରେଲମାସ ୬ତାରିଖରେ ଧାରଣା ଦେବେ ବୋଲି ଆଜି ଲିଖିତ ଭାବେ ଏସପିଙ୍କୁ ଜଣାଇଛନ୍ତି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ନଳିନୀ କୁମାର ଆଚାର୍ଯ୍ୟଙ୍କ ପୁତ୍ର ମାନସରଞ୍ଜନ ଆଚାର୍ଯ୍ୟ ସେହି ପଞ୍ଚାୟତରେ ଚାଲିଥିବା ରାସ୍ତା ମରାମତି, ପୋଖରୀ ସଫେଇ, ଓମଫେଡ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇ ଦୁର୍ନୀତି କରାଯାଉଥିବା ଏବଂ ଓପିିଟିସିଏଲର ସିମେଣ୍ଟ ଓ ରଡ ଚୋରୀ ଭଳି ଘଟଣାର ଚୁପ ରହିବାକୁ ବାଧ୍ୟ କରି ଏକ ରାଜନୈତିକ ଗୋଷ୍ଠିର କେତେକ ଯୁବକ ସଙ୍ଘବଦ୍ଧ ହୋଇ ଚଳିତମାସ ୧୭ତାରିଖରେ ମାନସରଞ୍ଜନଙ୍କୁ ଧମକ ଦେବା ସହ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମାନସରଞ୍ଜନଙ୍କ ବାମହାତଟି ଭାଙ୍ଗିଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ଓ ସାନଭାଇର ସହାୟତାରେ ମାନସରଞ୍ଜନ ପ୍ରଥମେ ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏସମ୍ପର୍କରେ ମାନସରଞ୍ଜନ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେବି ମାର୍ଶାଘାଇ ଥାନା ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲା। ସେହିଦିନ ମାନସରଞ୍ଜନ ୧୧୨କୁ କଲ କରି ସମସ୍ତ କଥା ଜଣାଇଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ପୋଲିସର ନିଷ୍କ୍ରିୟତା ଯୋଗୁଁ ଭବିଷ୍ୟତରେ ମାନସରଞ୍ଜନଙ୍କ ପରିବାରଜନଙ୍କ ଜୀବନହାନୀ ହେବାର ସମ୍ଭାବନା ରହିଥିବାରୁ ପରିବାରବର୍ଗଙ୍କୁ ସୁରକ୍ଷା ଯୋଗାଇଦେବା ସହିତ ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଅଭିଯୁକ୍ତଙ୍କୁ ଗିରଫ କରାଯିବାକୁ ସେ ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଭାବେ ଗତ ୨୩ତାରିଖରେ ଭେଟି ନିବେଦନ କରିଥିଲେ। ଅଦ୍ୟାବଧି ମାର୍ଶାଘାଇ ଥାନା ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ଆଜି ଏସପିଙ୍କୁ ଭେଟି ଏସମ୍ପର୍କରେ ଜଣାଇଛନ୍ତି। ଯଦି ଆବଶୟକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆସନ୍ତା ଅପ୍ରେଲମାସ ୬ତାରିଖରେ ପରିବାରଜନଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ସେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ