ଲଜ ଉପରେ ପୋଲିସର ଚଢାଉ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଥିବା ଲଜ ଉପରେ ଚଢାଉ କରାଯାଇଛି। ସେହିସବୁ ଲଜକୁ କେଉଁମାନେ ଆସୁଛନ୍ତି ଓ ସେଠାରେ କେଉଁମାନେ ରହୁଛନ୍ତି ସେ ସମ୍ପର୍କିତ ସମସ୍ତ କାଗଜପତ୍ର ପୋଲିସ ଯାଞ୍ଚ କରିଛି। ସହରର ତୁଳସୀ ଲଜ୍ ଓ ସାଇ ଲଜ୍ ଉପରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ଏସମ୍ପର୍କରେ ଟାଉନଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ଯେ ଆମେ ଏହି ଦୁଇଟି ଲଜ ଉପରେ ଚଢାଉ କରିବା ସହ ସେହି ଲଜର କାଗଜପତ୍ରକୁ ଯାଞ୍ଚ କରିଥିଲୁ। ପ୍ରକୃତରେ ସେହି ଲଜକୁ କେଉଁମାନେ ଆସୁଛନ୍ତି ଓ ସେଠାରେ କେତେ ସମୟଧରି ରହୁଛନ୍ତି ଏସମ୍ପର୍କରେ ଲଜର କର୍ମଚାରୀଙ୍କ ଠାରୁ ତଥ୍ୟ ପଚାରି ବୁଝିବା ସହ ଆବଶ୍ୟକ କାଗଜପତ୍ର ତନଖି କରିଥିଲୁ।