ପୁଲିସ ଚଢ଼ାଉ ଦେଖି ରାସ୍ତାରେ ବାଲି ଢାଳିଦେଲା ହାଇୱା, ଯାତାୟତ ବାଧାପ୍ରାପ୍ତ
ହାଟଡିହି (ବିକାଶ ବିଶ୍ବାଳ): କିଛି ଦିନର ନୀରବତା ପରେ ଏବେ ଆରମ୍ଭ ହୋଇଯାଇଛି ବେଆଇନ ବାଲି ପରିବହନ। ବିଶେଷ କରି ଅଣା-ସମଣା ଓରାଳି – ଶାଳଣିଆଁ ରାସ୍ତା ଏବେ ପୁଣି ଚଳଚଞ୍ଚଳ ହୋଇ ଉଠିଛି। ଦୁଇ ତିନିଦିନ ହେଲା ଶହ ଶହ ଟ୍ରାକ୍ଟର ଓ ହାଇୱା ଗାଡ଼ିରେ ବାଲି ଚୋରା ଚାଲାଣ ହେଉଛି। କିଛି ଗାଡ଼ି ମାଲିକ୍ ପୁଲିସ ସହିତ ମୂଲଚାଲ କରି ପରିବହନ କରୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ଗତକାଲି ରାତିରେ ଏକ ବାଲି ବୋଝେଇ ହାଇୱା ବାଲିଧରି ଆସୁଥିବା ବେଳେ ପୋଲିସ ଗାଡି ତାକୁ ପିଛା କରୁଥିବା ଦେଖି ରାସ୍ତା ଉପରେ ବାଲିତକ ଢ଼ାଳି ଦେଇ ହାଇୱା ଟି ପଳାଇଥିଲା। ଫଳରେ ଆଜି ଦିନ ତମାମ ଏହି ରାସ୍ତାରେ ଯାଉଥିବା ସଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।