ବିରୂପା ବ୍ୟାରେଜରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

କଟକ, (ଓ୍ବାଇଏନଏସ): କଟକଜିଲ୍ଲା ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବକଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୁବକ ଦୁଇ ଜଣ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ ବୋଲି ସନ୍ଦେହ କରାଯାଉଛି । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ତାଙ୍କର ଏକ ମୋଟରସାଇକେଲ ବିରୂପା ବ୍ୟାରେଜ ନିକଟରୁ ଠାବ କରାଯାଇଥିଲା । ଆଜି ତାଙ୍କ ମୃତଦେହ ବ୍ୟାରେଜ ନିକଟରେ ଭାସୁଥିବାର ଦେଖି ମତ୍ସ୍ୟଜୀବୀମାନେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚୌଦ୍ବାର ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଦୁଇ ମୃତଦେହକୁ ଉଦ୍ଧାର କରିଵା ପାଇଁ ଉଦ୍ୟମ ଜାରି ରଖିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ