ପୋଲିସ ଦ୍ୱାରା ବିଳମ୍ବିତ ରାତିରେ ୨ ବେସରକାରୀ ସ୍କୁଲ ଛାତ୍ର ଉଦ୍ଧାର

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ଗଡ଼ସାହି ଅଞ୍ଚଳରେ ଥିବା ଏକ ବେସରକାରୀ ସ୍କୁଲର ଦୁଇଜଣ ଛୋଟ ଛାତ୍ରଙ୍କୁ କରଞ୍ଜିଆ ପୋଲିସ ଶୁକ୍ରବାର ରାତି ପ୍ରାୟ ୨ ଘଟିକା ସମୟରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ ପେଟ୍ରୋଲିଂ କରୁଥିବା ସମୟରେ କରଞ୍ଜିଆ ଗୋଲେଇ ନିକଟ ଚାହା ଦୋକାନରେ ୨ ନାବାଳକ ବସିଥିବା ଦେଖି ସେମାନଙ୍କୁ ଉଦ୍ଧାର କରି କରଞ୍ଜିଆ ଥାନାକୁ ଆଣି ପୋଲିସ ହେପାଜତରେ ରଖିଥିଲା। ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ୨ ଛାତ୍ର କରଞ୍ଜିଆ ଗଡ଼ସାହି ଠାରେ ଥିବା ଡିଏଭି ପବ୍ଲିକ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର ମୁକେଶ ନାଏକ ଓ ଷଷ୍ଠ ଶ୍ରେଣୀର ଛାତ୍ର ଅବିନାଶ ପାତ୍ର ବୋଲି ଜଣାପଡିଛି। ଘଟଣାରେ ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିବାରୁ ଆଜି ସନ୍ଧ୍ୟା ସମୟରେ ଉକ୍ତ ୨ ନାବାଳକ ଛୋଟ ଛୁଆ ଙ୍କୁ ତାଙ୍କ ବାପା ମାଆ କୁ ହସ୍ତାନ୍ତର କରାଯାଇଛି। ଉକ୍ତ ସ୍କୁଲ ହଷ୍ଟେଲ ରେ ରହୁଥିବା ଏହି ଛୁଆ ମାନେ ଗତକାଲି ୧୧ ପରେ ହଷ୍ଟେଲ ରୁ ଲୁଚି ବାହାରି ଚାଲିଯାଇଥିଲେ ଏଭଳି ପୂର୍ବରୁ ମଧ୍ଯ ଛୁଆ ଲୁଚି ଚାଲିଯାଇଥାନ୍ତି ଓ ଖୋଜି ତାଙ୍କୁ ଫେରାଇ ଅଣାଯାଏ ବୋଲି ସ୍କୁଲ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ବାରମ୍ବାର ହୋଷ୍ଟଲରୁ ଛୋଟ ଛୋଟ ଛୁଆ ମାନେ ବାରମ୍ବାର ହଷ୍ଟେଲରୁ ଲୁଚି ଚାଲିଯାଉଥିବା ଏବଂ ଗତକାଲି ରାତିରୁ ୨ ଜଣ ଛାତ୍ର ହଷ୍ଟେଲରୁ ଲୁଚି ଚାଲିଯାଇଥିଲେ ନିଜେ ଖୋଜାଖୋଜି କରିଥିଲେ ମଧ୍ଯ ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ କୌଣସି ସୂଚନା ଦେଇନଥିଲେ ଯାହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀକୁ ନେଇ ପୋଲିସ ଅଧ୍ୟକ୍ଷାଙ୍କୁ ତାଗିଦ କରିଥିଲା ପୂର୍ବରୁ ମଧ୍ଯ ଏହି ସ୍କୁଲର ଛୋଟ ଛାତ୍ର ଏଭଳି ସ୍କୁଲ ହୋଷ୍ଟଲ ଛାଡ଼ି ଲୁଚି ପଳାଇଯାଇଥିବା ଘଟଣା ଘଟିଥିଲେ ମଧ୍ଯ ସ୍କୁଲ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟରେ ପରିବର୍ତନ ନହେବା ସ୍କୁଲ କର୍ତ୍ତୃପକ୍ଷଙ୍କ ଦାଇତ୍ୱହୀନତାକୁ ସୂଚାଉଅଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ଯଦି ଏହି ନାବାଳକ ଛାତ୍ର ମାନଙ୍କ କୌଣସି ପ୍ରକାର କ୍ଷତି ହୋଇଥିଲେ କିଏ ଦାୟୀ ରହିଥାନ୍ତା, ସ୍କୁଲ ଓ ହଷ୍ଟେଲ ରେ କୁନି କୁନି ଛୁଆଙ୍କୁ କେଉଁ ଅସୁବିଧା ବା ନିର୍ଯାତନା ଦିଆଯାଉଛି ଯାହା ଦ୍ୱାରା ବାରମ୍ବାର ଛାତ୍ର ମାନେ ସ୍କୁଲ ହଷ୍ଟେଲ ରୁ ଲୁଚି ଚାଲିଯାଉଛନ୍ତି ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଅଭିଭାବକ ମାନେ ଦାବୀ କରିଛନ୍ତି, କରଞ୍ଜିଆ ସହରରେ ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ଖୋଲିଥିଲେ ମଧ୍ଯ ପ୍ରଶାସନ ସ୍କୁଲ ଗୁଡିକର ବ୍ୟବସ୍ଥା ତଦାରଖ ନକରିବା ଯୋଗୁ ଶିକ୍ଷାକୁ ବ୍ୟବସାୟିକରଣ କରୁଥିବା କିଛି ଶିକ୍ଷାନୁଷ୍ଠାନ କୌଣସି ଭିତିଭୂମି ନଥାଇ ଅଭିଭାବକଙ୍କୁ ଲୁଟ କରିବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି, କରଞ୍ଜିଆ ସହରର ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ଭିତିଭୂମି ତଦାରଖ ସହିତ ଆବଶ୍ୟକୀୟ ଯାଞ୍ଚ କରି ଅନୁମତି ପ୍ରଦାନ କରିବାକୁ ଜନସାଧାରଣ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ