ଛାତ୍ରୀଙ୍କୁ ସୁରକ୍ଷା ବାବଦରେ ସଚେତନ କଲେ ପୁଲିସ
ହାଟଡିହି (ଓ୍ବାଇଏନଏସ) : ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ବିଶେଷ କରି ଛାତ୍ରୀ ନିର୍ଯାତନା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ପ୍ରତ୍ଯେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ନିମନ୍ତେ ପୁଲିସ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଆଜି ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ନନ୍ଦିପଦା ଥାନା ପୁଲିସ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଥିଲା। ସାମ୍ପ୍ରତିକ ପରିସ୍ଥିତିରେ ନିଜକୁ ସୁରକ୍ଷା ଦେବା ପାଇଁ କ’ଣ କ’ଣ ଉପାୟ ଅବଲମ୍ବନ କରିହେବ ସେସବୁ ସମ୍ପର୍କରେ ପୁଲିସ ଅଧିକାରୀ ମାନେ ସଚେତନ କରିଥଲେ। ପୁଲିସ ପକ୍ଷରୁ ଜାରି କରଯାଇଥିବା ଜରୁରୀକାଳୀନ ନମ୍ବରର ସଦୁପଯୋଗ କରିବା ପାଇଁ ପରାମର୍ଶ ଦିଆଯାଇ ଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ପୁଲିସ ନିକଟରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ, ଥାନା ଏସ.ଆଇ ଅନୁପ କୁମାର କର, ଏସ ଆଇ ବିନିତା ଲାକ୍ରା, ଅଧ୍ୟାପିକା ମିନତୀ ବେହୁରିଆ, ଗୌରାଙ୍ଗ ନାୟକ, ନିଲମ୍ ସ୍ଵଂୟା, ସ୍ୱାଗତିକା ନାୟକ, ପ୍ରିୟଙ୍କା ମହାନ୍ତି, ଚୂମୁକି ନାୟକ, ଲିପ୍ସା ପ୍ରିୟଦର୍ଶନି ବେହେରା, ଦ୍ବାରିକା ଦାଶ ଅଜୟ ଦାସ, ବିଶ୍ବରଂଜନ ଜେନା, ଜନ୍ମେଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଚେତନ କରାଇଥିଲେ।