ବାଲ୍ୟ ବିବାହ ରୋକିଲା ପୋଲିସ୍
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରେଇଗାଁରେ ଏକ ବାଲ୍ୟ ବିବାହ ହେବାକୁ ଯୋଜନା ଚାଲିଥିବା ବେଳେ ଏହାକୁ ରୋକିବାରେ ନନ୍ଦିପଦା ପୋଲିସ୍ ସଫଳ ହୋଇଥିବା ଜଣାପଡ଼ିଛି। ସୂଚନାରୁ ଜଣାଯାଇଛି ଯେ ମରେଇଗାଁ ଗ୍ରାମରେ ଜଣେ ୧୫ବର୍ଷୀୟା ନା ବାଳିକାର ବିବାହ ପାଇଁ ୧୩ତାରିଖକୁ ଦିନ ଧାର୍ଯ୍ୟ ହୋଇଥଲା। ଏନେଇ କେହି ବ୍ୟକ୍ତି ସିଡବ୍ଲୁସି ଓ ଲିଗାଲଏଡ କୁ ଜଣାଇଥିଲେ। ଖବର ପାଇ ଶନିବାର ରାତି ୯ଟା ବେଳେ ନନ୍ଦିପଦା ପୋଲିସ୍ ସେହି ବ୍ୟକ୍ତିଙ୍କ ଘରେ ପହଞ୍ଚି ନା’ବାଳିକାର ପିତା ମାତାଙ୍କୁ ବୁଝାସୁଝା କରି ଵିଵାହ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି। ବାଳିକାର ପିତା ମାତା ମଧ୍ଯ ବାହାଘର ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିବା ନନ୍ଦିପଦା ପୁଲିସ କହିଛି।