ନୂଆ ବର୍ଷରେ ବଦଳିବ ରାଜନୀତି ସମୀକରଣ: ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣକୌଶଳ
କାକଟପୁର /ଅସ୍ତରଙ୍ଗ :-(ଶୁଭାଶିଷ ଖଣ୍ଡୁଆଳ ):ଚାହୁଁ ଚାହୁଁ ଶେଷ ହୋଇଛି ୨୦୨୫। ନୂତନ ସୂର୍ଯ୍ୟୋଦୟ ସହ ଆରମ୍ଭ ହୋଇଛି ଇଂରାଜୀ ନୂଆ ବର୍ଷ ୨୦୨୬।ବଦଳିଛି କାନ୍ଥର କ୍ୟାଲେଣ୍ଡର। ଏହା ସହ ତାଳ ଦେଇ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକ ରାଜନୀତି ଚିତ୍ରପଟ୍ଟ ସମ୍ପୂର୍ଣ୍ଣ ବଦଳିବା ନେଇ ଆଶଙ୍କା କରାଯାଉଛି। ୨୦୨୭ରେ ପଂଚାୟତ ନିର୍ବାଚନ। ଏହି ନିର୍ବାଚନ ସବୁ ଦଳ ପାଇଁ ସଂମ୍ମାନର ପ୍ରଶ୍ନ ହୋଇଥିବାରୁ ୨୦୨୬ ତିନି ପ୍ରମୁଖ ଦଳ ପାଇଁ କର ବା ମର ପାଲଟିଛି। ପଂଚାୟତ ନିର୍ବାଚନ ବାଜି ଜିତିବା ପାଇଁ ଏହି ବର୍ଷ ସବୁ ଦଳ ନିଜର ରଣ କୌଶଳ ଗଢିବେ। ଏହି ପରିପ୍ରେକ୍ଷୀ ରେ ୨୦୨୬ରେ ଅସ୍ତରଙ୍ଗ ବ୍ଲକ ରେ ରାଜନୀତି ରେ ଅନେକ ସମୀକରଣ ହେବା ନେଇ ଆଶା କରଯାଉଛି। ୨୦୨୨ପଂଚାୟତ ନିର୍ବାଚନ ରେ ଅସ୍ତରଙ୍ଗ ରେ ମିଳିତ ମେଣ୍ଟ ଅପ୍ରତ୍ୟାଶିତ ଭାବେ ଭଲ ପ୍ରଦର୍ଶନ କରିଥିଲା। ଏହାର ପ୍ରଭାବ ୨୦୨୪ବିଧାନସଭା ନିର୍ବାଚନ ରେ ପଡିଥିଲା। ଅଳ୍ପକେ ହାତରୁ ବିଜେଡି ସମର୍ଥିତ ଙ୍କ ଅସ୍ତରଙ୍ଗ ବ୍ଲକ ଖସିଯାଇଥିଲା। ୨୦୨୯ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ୨୦୨୭ପଂଚାୟତ ନିର୍ବାଚନ ଦଳ ପାଇଁ ଟେଷ୍ଟ ମ୍ୟାଚ ପାଲଟିବ। ଏହି ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବା ପାଇଁ ଦଳ ପକ୍ଷରୁ ରଣ କୌଶଳ ମଧ୍ୟ ଆରମ୍ଭ ହୋଇଯାଇଛି। ତୃଣମୂଳ ସ୍ତରରେ ଦଳକୁ ଅଧିକ ମଜଭୂତ କରିବା ପାଇଁ ୨୦୨୪ନିର୍ବାଚନ ପୂର୍ବରୁ ଅସ୍ତରଙ୍ଗ ମିଳିତ ମେଣ୍ଟ ବିଜେପି ରେ ମିଶିବା ପରେ କ୍ରମଶଃ ସୁଦୃଢ ହୋଇଛି ଅସ୍ତରଙ୍ଗ ରେ। ଯାହା ଫଳରେ ବିଜେପି ଦଳୀୟ ସଂଗଠନ କୁ ଅଧିକ ମଜଭୁତ ସହ ଯୁବଗୋଷ୍ଠୀ ଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ଯୁବ ନେତୃତ୍ୱ ଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛି। ମୋଟ ଉପରେ କହିବାକୁ ଗଲେ ପଂଚାୟତ ନିର୍ବାଚନ ପାଇଁ ବିଜେପି ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। କିନ୍ତୁ ଶାସକ ବିଜେପି ଦଳର ଗୋଷ୍ଠୀ କନ୍ଦଳ ବିରୋଧୀ ଙ୍କୁ ପଂଚାୟତ ସଫଳତା ରେ ପହଂଚାଇବ ବୋଲି ଚର୍ଚ୍ଚା ହେଉଛି। ଏକଦା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ କଂଗ୍ରେସ ଗଡ଼ ବୋଲି କୁହାଯାଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ଦଳର ସ୍ଥିତି ଦୁର୍ବଳ ହେବାକୁ ବସିଲା। ନିର୍ବାଚନ ରେ ଦଳୀୟ ପ୍ରଦର୍ଶନ ମଧ୍ୟ ନୈରାଶ୍ୟ ଜନକ ଥିଲା। ପୂର୍ବରୁ ପ୍ରତି ପଂଚାୟତ ରେ କଂଗ୍ରେସ ୱାର୍ଡ ମେମ୍ବର, ସରପଞ୍ଚ ଅକ୍ତିଆର କରୁଥିଲା କିନ୍ତୁ ବ୍ଲକ ଅଂଚଳର ଅଧା ସରପଞ୍ଚ ଅକ୍ତିଆର କରିବାରେ ବିଫଳ ହୋଇଥିଲା ଗତ ନିର୍ବାଚନ ରେ।ବାରମ୍ବାର ନୈରାଶ୍ୟ ଜନକ ପ୍ରଦର୍ଶନ ପାଇଁ ଦଳୀୟ ନେତା ବିଜେଡି ରେ ମିଶିଥିଲେ। ସେମାନଙ୍କ ସହଯୋଗରେ ଅସ୍ତରଙ୍ଗ ବ୍ଲକ ବିଭିନ୍ନ ପଂଚାୟତ ରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇଥିଲା। ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସଂଗଠନ କୁ ମଜଭୂତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ବିଶେଷ କରି ଯୁବକ କଂଗ୍ରେସ ପ୍ରତି ଆକର୍ଷିତ ହେବା ସୂଚନା। ଚଳିତ ବର୍ଷ ଏହି ପ୍ରକ୍ରିୟା ଜାରି ରହିଲେ ପଂଚାୟତ ନିର୍ବାଚନ ରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି। ଏ ସବୁ ଭିତରେ ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଅସ୍ତରଙ୍ଗ ବ୍ଲକ ଅଂଚଳ ରେ ବିଜେପି ପ୍ରତି ବିଭିନ୍ନ ପଂଚାୟତ ଆଗ ଧାଡି କର୍ମୀ ମିଶିଥିଲେ। କିନ୍ତୁ ବିଜେପି ମଧ୍ୟରେ ଗୋଷ୍ଠୀ କନ୍ଦଳ ପାଇଁ ଅସ୍ତରଙ୍ଗ ବ୍ଲକ ଅଂଚଳ ବିଭିନ୍ନ ପଂଚାୟତ ରେ ବିଜେପି ଗୋଷ୍ଠୀ କନ୍ଦଳ ପାଇଁ ବିଜେଡି ଫାଇଦା ନେବାର ସମ୍ଭାବନା ଦେଖାଦେଉଛି। ପଂଚାୟତ ସ୍ତରରେ ବିଜେପି ଦୃଢ ନେତୃତ୍ୱ ନଥିବାରୁ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ କ୍ରମଶଃ ବିଜେପି ମଧ୍ୟରେ ଗୋଷ୍ଠୀ କନ୍ଦଳ ଚର୍ଚ୍ଚା ଶିରୋନାମା ପାଲଟିଛି। କାକଟପୁର ନିର୍ବାଚନ ମଣ୍ଡଳୀ ରେ ଦୁଇ ପୂର୍ବତନ ବିଧାୟକ ବିଜେପି ଦାୟିତ୍ୱ ନେଉଥିବା ବେଳେ ବିଭିନ୍ନ ପଂଚାୟତ ଗୋଷ୍ଠୀ କନ୍ଦଳ ବିଜେପି ବୃଦ୍ଧି ପାଇଛି। ରାଜ୍ୟ ସ୍ତରୀୟ ନେତା କେଁଉ ଗୋଷ୍ଠୀ କୁ ସନ୍ତୁଷ୍ଟ କରିବେ, କାହାକୁ ନିରାଶ କରିବେ ତାହା ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟ ପଟେ ବିଜେଡି କାକଟପୁର ବିଧାୟକ ବିଜୟୀ ହୋଇଥିବା ବେଳେ ବିଧାୟକ ବିଭିନ୍ନ ପଂଚାୟତ କିଛି ଦିନ ଗ୍ରସ୍ତ କରି ଗତ ପଂଚାୟତ ନିର୍ବାଚନ ଜବାବ ଦେବାକୁ ଏକ ରକମର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ଏଭଳି ସମୟରେ ଦଳକୁ ନେଇ ଯେଭଳି ଆଲୋଚନା ହେଉଛି, ତାହା ସମସ୍ତ ଙ୍କୁ ଚମକାଇବା ଭଳି। ଯେଉଁ ଭଳି ଭାବରେ ବିଭିନ୍ନ ପଂଚାୟତ ରେ ବିଜେପି ଗୋଷ୍ଠୀ କନ୍ଦଳ ବୃଦ୍ଧି ପାଉଛି ଆଗାମୀ ପଂଚାୟତ ନିର୍ବାଚନ ରେ ଗେମ ଚେଞ୍ଜର ସାଜିବ। ପୂର୍ବ ତ୍ରୁଟି କୁ ଭୁଲି ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଏକ ହୋଇ କାମ କରିବାକୁ ରାଜନୈତିକ ସମୀକ୍ଷକ ମାନେ ପରାମର୍ଶ ଦେଇଛନ୍ତି। ମୋଟ ଉପରେ କହିବାକୁ ଗଲେ ବିଭିନ୍ନ କାରଣ ପାଇଁ ୨୦୨୬ଅସ୍ତରଙ୍ଗ ବ୍ଲକ ଅଂଚଳରେ ତିନି ଦଳ ପାଇଁ ଅନେକ କ୍ଷେତ୍ରରୁ ଗୁରୁତ୍ୱ ବହନ କରୁଛି।


