ପୋଲସରା ଏନଏସି ଉନ୍ନୀତ ହୋଇ ମ୍ୟୁନିସିପାଲିଟି ହେବାକୁ ପ୍ରକ୍ରିୟା ଆରମ୍ଭ

ପୋଲସରା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଉନ୍ନୀତ ହୋଇ ମ୍ୟୁନିସିପାଲିଟିରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ନିଜର ପତ୍ର ସଂଖ୍ୟା ୩୧୭, ତାରିଖ ୦୨/୦୪/୨୦୨୫ ପ୍ରକାରେ ମାନ୍ୟବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ପୋଲସରା ଏନଏସିକୁ  ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଅନୁରୋଧ କରିଥିଲେ। ଏହାକୁ ଗୁରୁତର ସହ ବିଚାର କରି ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ଯାହାଦ୍ୱାରା ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ର ପତ୍ର ସଂଖ୍ୟା ୯୩୭/ଡିୟୁଡିଏ, ତାରିଖ ୦୩/୦୪/୨୦୨୫ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ, ପୋଲସରା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟକୁ ପତ୍ର ପାଇବାର ସାତ ଦିନ ମଧ୍ୟରେ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ଗ୍ରାମ ପୋଲସରା ଏନଏସି ସୀମା ସହ ଘର ଲାଗି ରହିଥିବା ବେଳେ ସେ ସମସ୍ତଙ୍କୁ ନେଇ ଏକ ମ୍ୟୁନିସିପାଲିଟି ହେବାକୁ ସମସ୍ତ ନିୟମ ପୁରଣ କରିପାରିବ। ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକଙ୍କ ଏହିପରି ଆନ୍ତରିକ ଉଦ୍ୟମ ପାଇଁ ପୋଲସରା ଏନଏସି ଜନସାଧାରଣ ଖୁସି ପ୍ରକଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ