ଅଣା-ସମଣା ରାସ୍ତାରେ ପୋଖରୀ ସଦୃଶ ଖାଲ: ଦୃଷ୍ଟି ପଡୁନି ପୂର୍ତ୍ତ ବିଭାଗର

ହାଟଡିହି (ଓ୍ବାଇଏନଏସ): ଅଣା – ସମଣା ରାସ୍ତାରେ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଥିବା ବେଳେ ଏହି ସ୍ଥାନରେ ନିୟମିତ ଦୁର୍ଘଟଣା ଘଟି ଅନେକ ଲୋକ ଆହାତ ହେଲେଣି। ହେଲେ  ପୂର୍ତ୍ତ ବିଭାଗ ଅଧିକାରୀ ମାନଙ୍କ ଦୃଷ୍ଟି ପଡୁନି ଏହି ଖାଲ ଉପରେ। ଅଣା – ସମଣା ରାସ୍ତାଟି ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ ଏହି ରାସ୍ତାଟି ଉପରେ ୮ଟି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ହାଟଡିହି ବ୍ଲକର ଏହା ଏକ ମୂଖ୍ୟ ରାସ୍ତା। ଏହି ରାସ୍ତା ଦେଇ ଶହ ଶହ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛନ୍ତି। କିନ୍ତୁ ରମ୍ପାସରୁ ଇସଳା ମଧ୍ୟରେ ଗୋଟିଏ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଛି। ଗତ ଜାନୁୟାରୀ ମାସରୁ ଏହି ଖାଲ ହୋଇଥିବା ବେଳେ ମାର୍ଚ୍ଚ ମାସରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ଅନେକ ସ୍ଥାନରେ ମାରମତି କରାଯାଇ ଥିଲେ ମଧ୍ଯ ଏହି ଖାଲକୁ ପୋତାଯାଇ ନଥିଲା। ଭଲ ରାସ୍ତା ଉପରେ ପିଚୁ ପକାଯାଇ ରାସ୍ତା ମରାମତି ନାମରେ ଟଙ୍କା ଖର୍ଚ୍ଚ କରାଯାଇ ଥିବା ବେଳେ ଏହି ଖାଲକୁ ପୋତିବ ପାଇଁ କେହି ଗୁରୁତ୍ଵ ଦେଇ ନଥିଲେ। ଲଗାଣ ବର୍ଷା ଯୋଗୁଁ ଏହି ସ୍ଥାନରେ ପାଣି ଜମି ରହିବା ସହ ପ୍ରତିଦିନ ଗୋଟିଏ ଦୁଇଟି ଦୁର୍ଘଟଣା ଘଟୁଛି। ଆଜି ସମଣା ଅଞ୍ଚଳର ଜଣେ ବାଇକ୍ ଆରୋହୀ ଏହି ସ୍ଥାନରେ ଦୁର୍ଘଟଣାର ଶିକାର ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା ଯାଇଛି। ପୂର୍ତ୍ତ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ଏହି ପୋଖରୀ ସଦୃଶ ଖାଲକୁ ପୋତିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ