ନାଗାବଳି ନଦୀ ସ୍ପହର ନିର୍ମାଣରେ ନିମ୍ନମାନର କାର୍ଯ୍ୟ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନାଗାବଳି ନଦୀ ଦୁଇପାର୍ଶ୍ଵରେ ନିର୍ମାଣ ହେଉଥିବା ପଥର କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ସାଧାରଣ ରେ ଅଦନ୍ତୋଷ ପ୍ରକାଶ ପାଇଛି। ଗତ ବନ୍ୟାରେ ନଦୀକୂଳ ଖାଇବା ସହ ଗ୍ରାମମାନଙ୍କରେ ବନ୍ୟା ଜଳ ବସି ଧନସମ୍ପଦ ନଷ୍ଟ ହୋଇଥିବାରୁ ଏହି କାର୍ଯ୍ୟ କରି ବନ୍ୟାକୁ ରୋକିବା ପାଇଁ ଜଲସମ୍ପଦ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ କରାଯାଉଛି।ଏହି ବ୍ଲକର ବୁଡ଼ାଗୁଡା ବଞ୍ଚାୟତ କୁମାରଗୁଡା ଗ୍ରାମର ପଛପଟ ନାଗାବଳି ନଦୀକୂଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୬କୋଟି ଟଙ୍କାରୁ ଅଧିକ ବ୍ୟୟରେ ପଥର କାର୍ଯ୍ୟ କରାଯଉଛି। ଏହି କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବାରୁ ସ୍ଥାୟୀତ୍ୱକୁ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ନଦୀ କୁଳ ଖାଉଥିବାରୁ ବିଭିନ୍ନ ସମୟରେ ନଦୀ ଗ୍ରାମ ଭିତରେ ପଶି ବା ସହ ଗତି ପଥ ବଦଳାଇ ଦେଉଥିବାରୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଟେଣ୍ଡର ମଧ୍ୟରେ କରାଯାଉଥିଲେ ମଧ୍ୟ୍ୟ କୌଣସି ସ୍ଥାନରେ ସୂଚନା ଫଳକ ଲଗା ଯାଇନଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକାଟ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଠିକାଦାର ଓ ବିଭାଗୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଚାଲିଥିବା ଅଭିଯୋଗ ହୋଇଛି। ନଦୀକୂଳରେ ପଥର ପକାଇବା ବେଳେ ପଥର ନଖଷିବା ପାଇଁ କୂଳରେ ତିନି ଫୁଟ ଖୋଲି ପଥର ସଜାଈ ରଖିବା କଥା କିନ୍ତୁ ସେମିତି କିଛି କରୁନାହାନ୍ତି ଠିକାଦାର ଜଣକ। ବର୍ଷା ଦିନରେ ନଦୀରେ ପାଣି ବଢ଼ିବା ପରେ ପଥର ଖସି ନଦୀରେ ଲୀନ ହୋଇଯିବ ବୋଲି ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି। ସେହିପରି ପଥର ପେକିଙ୍ଗ ସମୟରେ ଉଚ୍ଚ ମାନର କରି କାର୍ଯ୍ୟ କରୁନଥିବାରୁ ବିଭିନ୍ନ ସ୍ଥାନରେ ପଥର ଦାବିଯାଇ ଭାଙ୍ଗିରୁଜି ଗଲାଣି। ବର୍ଷା କାଳ ନଆସିବ ପୂର୍ବରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟ ଶେଷ ହେବା ବେଳକୁ କଣ ଥିବକି ନାହିଁ ତାହା ସନ୍ଦେହେ ପ୍ରକାଶ କରିଛନ୍ତି ଅଞ୍ଚଳ ବାସି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟଦେବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ