ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : କ୍ରୀଡା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅକାଳରେ ସମସ୍ତଙ୍କୁ ଛାଡି ଚାଲିଯାଇଥିବା ଯୁବ କ୍ରୀଡାବିତ ସ୍ବର୍ଗତ ପ୍ରଭାକର ରେଡ୍ଡୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଠାରୁ ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଚାଲୁ ରହିଛି। ମଙ୍ଗଳବାର ତୃତୀୟ ଦିବସ କ୍ୱାର୍ଟର ଫାଇନାଲ ମ୍ୟାଚରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଗ୍ରାମ ଭଲିବଲ ଟିମ୍ ପ୍ରତିପକ୍ଷ ଗଜପତି ଜିଲ୍ଲା ମୋହନା ଗ୍ରାମ ସେଣ୍ଟ ପିଟର୍ସ ଭଲିବଲ ଟିମ୍ କୁ କ୍ରମାଗତ ଦୁଇଟି ସେଟ୍ ରେ ପରାଜିତ କରି ସେମି ଫାଇନାଲରେ ପହଞ୍ଚି ଥିବା ଜଣାପଡିଛି । ମ୍ୟାଚର ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ଖେମୁଣ୍ଡି ରାଜପୁତ୍ର ସପନ କୁମାର ଦେବ ମୁଖ୍ୟ ଅତିଥି ଏବଂ ବ୍ୟବସାୟୀ ଏ . ସତ୍ୟନାରାୟଣ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜକ ଅର୍ଦ୍ଦୁ . ଗୋବିନ୍ଦଙ୍କ ସଂଯୋଜନାରେ କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ନାୟକ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ମୋହନା ଟିମ୍ ର ସାହିଲ ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଏମ୍. ଗୈାରାଙ୍ଗ ପୁରସ୍କାର ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜକ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ସମୀର ପଣ୍ଡା , ବୈକୁଣ୍ଠନାଥ ସ୍ବାଇଁ,ସନାତନ ରେଡ୍ଡୀ,ନରେନ୍ଦ୍ର ସାହୁ ଙ୍କ ସମେତ କମିଟି ସଦସ୍ୟ ବୃନ୍ଦ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।


