ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ୍ ଆନୁକୁଲ୍ୟରେ ସ୍ଥାନୀୟ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ଗତ ଏକ ସପ୍ତାହ ଧରି ଚାଲିଥିବା ସ୍ବର୍ଗତ ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ର ଶନିବାର  ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।  ଡେଙ୍ଗାପଦର ଟିମ୍ କୁ  ଗଜପତି ଜିଲ୍ଲା ଗୁମ୍ମା ଗ୍ରାମ ଭଲିବଲ ଟିମ୍  ଏକତରଫା ଭାବେ ସମୁଦାୟ ୫ ଟି ମ୍ୟାଚ୍ ରୁ କ୍ରମାଗତ ୩ ଟି ମ୍ୟାଚ୍ ରେ ପରାସ୍ତ କରି ଫାଇନାଲ ମ୍ୟାଚ୍ ଖେଳିବାକୁ ଉନ୍ନୀତ ହୋଇଛି। ମ୍ୟାଚ୍ ଆରମ୍ଭ ପୂର୍ବରୁ ବ୍ରହ୍ମପୁରର ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତିରେ ସ୍ବର୍ଗତ କ୍ରୀଡାବିତ୍ ପ୍ରଭାକର ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ଆୟୋଜକ କମିଟି ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ ଡେଙ୍ଗାପଦର ଟିମର କୁଶ ନାୟକ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟି କାର୍ଯ୍ୟକର୍ତ୍ତା ଅର୍ଦ୍ଦୁ . ଗୋବିନ୍ଦଙ୍କ ସଂଯୋଜନାରେ କମିଟି ସଭାପତି ଶିବଶଙ୍କର ମହାଙ୍କୁଡ  , ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ନାୟକ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ  ସମୀର ପଣ୍ଡା , ବୈକୁଣ୍ଠନାଥ ସ୍ବାଇଁ , ରଞ୍ଜିତ ବେହେରା , ନରେନ୍ଦ୍ର ସାହୁ , ଆର୍ . ମୁନା , ଶିବରୁଦ୍ର ନାୟକ , ସନାତନ ରେଡ୍ଡୀ , ଶଙ୍କର ମହାରଣା , ହୃଦୟ ନନ୍ଦ , କାଳିଆ ରେଡ୍ଡୀ ଙ୍କ ସମେତ ସଦସ୍ୟ ବୃନ୍ଦ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ । ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରବିବାର  ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବ୍ରହ୍ମପୁର ର ପାୱାର ସିକ୍ସ ଏବଂ ଗଜପତି ଜିଲ୍ଲାର ଗୁମ୍ମା ଟିମ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଦର୍ଶକ ଉତ୍ସାହିତ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ