ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ: ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ମିନି ଷ୍ଟାଡିୟମ  ରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ୪ ର୍ଥ ଦିବସ ବୁଧବାର କ୍ୱାର୍ଟର ଫାଇନାଲ ମ୍ୟାଚ୍ ରେ ଡେଙ୍ଗାପଦର ଗ୍ରାମର ଭଲିବଲ ଟିମ୍ ପ୍ରତିପକ୍ଷ ଗଜପତି ଜିଲା ଚାନ୍ଦିପୁଟ ନିକଟ ଗୋଲି ସିକ୍ସ  ଭଲିବଲ ଟିମ୍ କୁ ପରାଜିତ କରି ପରବର୍ତ୍ତୀ ସେମିଫାଇନାଲ ମ୍ୟାଚ୍ କୁ ଉନ୍ନୀତ ହୋଇଛି। ସନ୍ଧ୍ୟା ୭ ଟା ଯାଏଁ ମ୍ୟାଚ୍ ଚାଲିଥିଲା। ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟି କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟ ର ୪ ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍ କୁ ଦିଗପହଣ୍ଡି ବ୍ଲକ ସରପଞ୍ଚ ସଂଘ ସଭାପତି ତଥା କରପଡ଼ା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସରପଞ୍ଚ ଗୀତାଞ୍ଜଳି ଜାନି,ବି. ସନ୍ଧ୍ୟାରାଣୀ ସୁବୁଦ୍ଧି, ଲିଙ୍ଗରାଜ ଦୋରା,ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ, ଶିବରାମ ପ୍ରଧାନ,ସନ୍ତୋଷ ଦୋରା,ଚିତ୍ରସେନ ଗୌଡ଼, କାଉନସିଲର ଦୀପକ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।  ଟୁର୍ନାମେଣ୍ଟ ଆୟୋଜକ ଅର୍ଦ୍ଦୁ . ଗୋବିନ୍ଦଙ୍କ ସଂଯୋଜନାରେ ଆୟୋଜିତ ମ୍ୟାଚ୍ ଉଦଘାଟନୀ କାର୍ଯ୍ୟକ୍ରମରେ  ଟୁର୍ନାମେଣ୍ଟ ପରିଚାଳନା କମିଟି ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ  , ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ ,  ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ନାୟକ ରେଫେରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ଗୋଲି ସିକ୍ସ ଭଲିବଲ ଟିମ୍ ର ଲାଣ୍ଡୁ ନାୟକ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇ ଅନ୍ୟତମ ଅତିଥି ଲବ ନାୟକ ଓ ରଞ୍ଜିତ ବେହେରା  ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ସମୀର କୁମାର ପଣ୍ଡା, ସନାତନ ରେଡ୍ଡୀ, ନରେନ୍ଦ୍ର ସାହୁ, ବୈକୁଣ୍ଠ ନାଥ ସ୍ବାଇଁ ଙ୍କ ସମେତ ସଭ୍ୟ ବୃନ୍ଦ ମ୍ୟାଚ୍ ପରିଚାଳନା  ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ